ଜୟଦେବ ବିହାର ଓଭରବ୍ରିଜ ତଳକୁ ଖସିଲା ଯୁବକ

ଆଜି ଭୁବନେଶ୍ବର ଜୟଦେବ ବିହାର ଓଭରବ୍ରିଜ ଉପରୁ ତଳକୁ ଖସିଲେ ବାଇକ୍ ଆରୋହୀ । ଭାରସାମ୍ୟ ହରାଇ ଖସି ପଡିଥିବା ସନ୍ଦେହ କରାଯାଉଛି । ଓଭର ବ୍ରିଜ ଉପରେ ବାଇକ୍ ରହିଛି କିନ୍ତୁ ତଳେ ପଡି ଯାଇଥିଲେ ଯୁବକ । କଳିଙ୍ଗ ଷ୍ଟାଡିୟମ ଗେଟ୍ ସମ୍ମୁଖ ଓଭରବ୍ରିଜ ଉପରୁ ତଳକୁ ଖସି ପଡ଼ିଥିଲେ ଯୁବକ ଜଣକ ।
ପ୍ରକାଶ ଥାଉକି, ଯୁବକ ଜଣଙ୍କ ରସୁଲଗଡରୁ ବରମୁଣ୍ଡା ଆଡକୁ ଆସୁଥିଲେ । ତେବେ ଏଯାଏ ଯୁବକଙ୍କ ପରିଚୟ ମିଳିପାରିନାହିଁ । ଆହତ ଅବସ୍ଥାରେ ଯୁବକଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ନୟାପଲ୍ଲୀ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।