ବିଧାନସଭା ଶୂନ୍ୟକାଳରେ ଡ୍ରାଇଭର ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ

0

ବିଧାନସଭା ଶୂନ୍ୟକାଳରେ ଉଠିଲା ଡ୍ରାଇଭର ପ୍ରସଙ୍ଗ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଛନ୍ତି । ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ଓ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ । ହଟ୍ଟଗୋଳ ଯୋଗୁଁ ଗୃହ ମୁଲତବୀ କରିଥିଲେ । ଗୃହ ପରିଚାଳନା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି ।

ସେପଟେ ଜାରି ରହିଛି ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ । ଡ୍ରାଇଭରଙ୍କ ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । ଆଜିଠୁ ଆନ୍ଦୋଳନକୁ ଆହୁରି ଜୋରଦାର କରିବ ବୋଲି ଚେତାବନୀ ଦେଇଛି ମହାସଂଘ । ରାସ୍ତା ଘାଟରେ କେବଳ ଡ୍ରାଇଭର ନୁହେଁ ସେମାନଙ୍କ ସ୍ତ୍ରୀ ପିଲା ଛୁଆ ଓ ବୟସ୍କ ବାପା-ମାଆ ମଧ୍ୟ ଧାରଣାରେ ବସିବେ । ଗତକାଲି ଡ୍ରାଇଭରମାନେ ବିଭିନ୍ନ ସ୍ଥାନରେ ଧାରଣା ଦେଇଥିଲେ । ରାତି ସାରା ନିଜ ନିଜ ଅଂଚଳରେ ଚାଳକମାନେ ଧାରଣାରେ ବସିଥିଲେ ।

ରାତିରେ ମଧ୍ୟ ଗାଡି ଅଟାକାଇଥିଲେ ଆନ୍ଦୋଳନକାରୀ । ଭୁବନେଶ୍ୱର ଉପକଂଠ ତମାଣ୍ଡୋରେ ମଧ୍ୟ ଡ୍ରାଇଭରମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଷ୍ଟିଅରିଂ ଛାଡରୁ ଆମ୍ବୁଲାନ୍ସ, ଦମକଳ ଗାଡି, ସ୍କୁଲ କଲେଜ ବସ୍ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଗାଡି ଚଳାଚଳ ସ୍ୱାଭାବିକ ଥିଲା । ରାସ୍ତାରେ ଘରୋଇ କାର, ବାଇକ୍ ବି ଗଡିଥିଲା । ଧର୍ମଘଟ ଯୋଗୁ ବସ୍, ଟ୍ରକ୍ ଯାତାୟତ ଗୁରୁତର ଭାବେ ପ୍ରଭାବିତ ହୋଇଛି ।

Leave a comment