ଜାମିନ ଖାରଜ, ଜେଲ ଗଲେ ଆଶୀର୍ବାଦ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସିବିଆଇ ଦ୍ୱାରା ଗିରଫ ହୋଇଥିବା ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଗଲେ ଜେଲ । ଆଶୀର୍ବାଦଙ୍କ ଜାମିନ ଆବେଦନ ସିବିଆଇ ସିଜେଏମରେ ଖାରଜ ହୋଇଥିବାରୁ ତାଙ୍କୁ ଜେଲ ଯିବାକୁ ପଡିଛି । ଆଶୀର୍ବାଦଙ୍କୁ ଆସନ୍ତା ୧ତାରିଖ ପର୍ଯ୍ୟନ୍ତ ବିଭାଗୀୟ ହାଜତରେ ରହିବାକୁ ପଡିବ ।
ସୂଚନା ଅନୁଯାୟୀ, ଆଜି ସକାଳ ୫ଟା ସମୟରେ ହଠାତ ସିବିଆଇ ଆଶୀର୍ବାଦଙ୍କ କଟକ ସ୍ଥିତ ବାସଭବନ ଉପରେ ଚଢ଼ାଉ କରିଥିଲା । ଏବଂ ଆଶୀର୍ବାଦଙ୍କୁ ଗିରଫ କରିଥିଲା । ସନ୍ଧ୍ୟାରେ ସିବିଆଇ ସିଜେଏମରେ ଆଶୀର୍ବାଦଙ୍କ ଜାମିନ ଆବେଦନ କରିଥିଲେ ମାତ୍ର ସେଠାରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଥିଲା । ତେଣୁ ଆଶୀର୍ବାଦଙ୍କୁ ଜେଲକୁ ପଠାଇ ଦିଆଯାଇଥିଲା । ଅର୍ଥତତ୍ୱ ଚିଟଫଣ୍ଡ ସଂସ୍ଥା ଲିଙ୍କ୍ ଅଭିଯୋଗରେ ପୂର୍ବରୁ ଆଶୀର୍ବାଦଙ୍କୁ ତିନିଥର ସିବିଆଇ ଜେରା କରିବା ସହ ତାଙ୍କ ନାଁରେ ଚାର୍ଜସିଟ ଦାଖଲ କରିଥିଲା ।
୨୦୧୧ ମସିହାରେ ଓଡିଶା ପ୍ରିମିୟର ଲିଗ୍ ବା ଓପିଏଲ୍ ରେ ଅର୍ଥଲଗାଇଥିଲା ଅର୍ଥତତ୍ୱ । ଓଡିଶା ରଣଜୀର ସ୍ପନସରସିପ୍ ସହିତ ଓପିଏଲ୍ ର ପ୍ରସାର ପାଇଁ ଓସିଏକୁ ଅର୍ଥତତ୍ୱ କୋଟିଏ ଟଙ୍କା ଦେଇଥିବା ନେଇ ଅଭିଯୋଗ ରହିଥିଲା ।