ଖାଦ୍ୟ ଖାଇଲାବେଳେ ଜଲଦି ଜଲଦି ଖାଉଛନ୍ତି କି ? ଦେଖାଯାଏ ଏହିସବୁ ସମସ୍ୟା

ସ୍ୱାସ୍ଥ୍ୟକର ଖାଦ୍ୟ ଖାଇ ଅନେକ ରୋଗକୁ ଦୂର କରାଯାଇ ଥାଏ l କିନ୍ତୁ ଏହିସବୁ ଖାଦ୍ୟ କୁ ଠିକ ଭାବରେ ଖାଇବା ଜରୁରୀ l କିଛିଲୋକ ସବୁବେଳେ ତରବରିଆ ଭାବରେ ୫ରୁ ୧୦ ମିନିଟ ମଧ୍ୟରେ ନିଜର ଭୋଜନ ସମାପ୍ତି କରି ଥାଆନ୍ତି l ଆମେ ମଧ୍ୟ ନିଜ ପରିବାର ରେ ଏଭଳି ଅନେକ ଲୋକଙ୍କୁ ଦେଖିଥାଉ ଯେଉଁମାନେ ଖୁବ ଶୀଘ୍ର ଶୀଘ୍ର ଖାଇ ଥାଆନ୍ତି l କିନ୍ତୁ କଁ ଆପଣ ଜାଣିଛନ୍ତି ଏଭଳି ତରବରିଆ ଭାବରେ ଭୋଜନ କରିବା ଦ୍ୱାରା ଆପଣ ଅନେକ ଗାମ୍ବିର ରୋଗର ସମୁଖୀନ ହୋଇ ପାରନ୍ତି l ଏବଂ ଜରୁରୀ ପୋଷାକ ତତ୍ୱ ନଷ୍ଟ ମଧ୍ୟ ହୋଇପାରେ l
ଦ୍ରୁତ ବେଗରେ ବା ତରବରିଆ ଭାବରେ ଭୋଜନ କରୁଥିବା ବ୍ୟକ୍ତି ନିଜ ଭୋଜନ ଚୋବାଇ ଖାଇବାରେ ଖୁବ କମ ଧ୍ୟାନ ଦେଇ ଥାଆନ୍ତି l ସେମାନଙ୍କ ଉଦେଶ୍ୟ କେବଳ ପେଟ ଭରିବା କିମ୍ବା ନିଜ ଭୋକ ମେଣ୍ଟାଇବା ରହିଥାଏ l କିନ୍ତୁ ଭୋଜନ ର ଲାଭ ଆପଣଙ୍କୁ ସେତେବେଳେ ମିଳିଥାଏ ଯେତେବେଳେ ଆପଣ ଏହାକୁ ଠିକ ଭାବରେ ଚୋବାଇ ଥାଆନ୍ତି l
– ଭୋଜନ ଠିକ ଭାବରେ ଚୋବାଇ ଖାଇବା ଦ୍ୱାରା ଆପଣଙ୍କୁ ଠିକ ଭାବରେ ପୋଷାକ ତତ୍ୱ ମିଳିଥାଏ l ଡାଇଜେଷ୍ଟିଭ ସିଷ୍ଟମ ମଧ୍ୟ ସୁସ୍ଥ ରହିଥାଏ ଓ ଖାଦ୍ୟ ମଧ୍ୟ ଶୀଘ୍ର ହଜମ ହୋଇଥାଏ l l
– ଯେଉଁ ଲୋକମାନେ ଶୀଘ୍ର ଶୀଘ୍ର ଖାଦ୍ୟ ଖାଇ ଥାଆନ୍ତି, ସେମାନଙ୍କ ନିକଟରେ ମୋଟାପଣ ସମସ୍ୟା, ଓଜନ ବୃଦ୍ଧି ସମସ୍ୟା, ବ୍ଲଡ଼ ସୁଗାର ଲେବୁଲ ବଢିବା, ମଧୁମେହ ଦେଖାଯିବ ଓ ଏନର୍ଜି ଲସ ସମସ୍ୟା ଦେଖା ଯାଇଥାଏ l ତରବରିଆ ଭାବରେ ଶୀଘ୍ର ଖାଦ୍ୟ ଖାଇବା ଦ୍ୱାରା ଆମେ ଅଧିକ ଖାଦ୍ୟ ମଧ୍ୟ ଖାଇ ଦେଇଥାଉ l ଯାହାକି ଶରୀର ପାଇଁ କ୍ଷତିକାରକ ଅଟେ l
– ଖାଦ୍ୟ ଧୀରେ ଧୀରେ ଖାଇବା ଦ୍ୱାରା ଡାଇଜେଷ୍ଟିଭ ସିଷ୍ଟମ ମଜବୁତ ରହିଥାଏ l ଶରୀରକୁ ଭରପୁର ପୋଷଣ ମିଳିଥାଏ lଓଜନ ବୃଦ୍ଧି ହେବାର ସମ୍ଭାବନା କମ ହୋଇଥାଏ l ବିଭିନ୍ନ ଗମ୍ଭୀର ରୋଗ ଠାରୁ ଦୂରେଇ ରହି ହୁଏ l
– କିଛି ଲୋକଙ୍କ ର ସକାଳୁ ଉଠିଲେ କୋଷ୍ଠ କାଠିନ୍ୟ ସମସ୍ୟା ଦେଖା ଯାଇଥାଏ l ଯାହାକି ଗୋଟିଏ ବଡ଼ ଅସୁବିଧା ଭାବରେ ଦେଖା ଯାଇଥାଏ l ତରବରିଆ ଭାବରେ ଖାଦ୍ୟ ଖାଇବା ଦ୍ୱାରା ଅନ୍ତକୋଷ ରେ ବିଭିନ୍ନ ସମସ୍ୟା ଦେଖାଯାଏ l ଯେଉଁ କାରଣରୁ କୋଷ୍ଠ କାଠିନ୍ୟ ସମସ୍ୟା ଦେଖା ଯାଇଥାଏ l
– ଆମେ ଯେତେବେଳେ ଖାଦ୍ୟ ଶୀଘ୍ର ଶୀଘ୍ର ଖାଇଥାଉ ସେତେବେଳେ ଆମ ଜିଭରୁ ବାହାରୁ ଥିବା ଥିବା ପାଚନ ରସ ଖାଦ୍ୟ ସହିତ ଠିକ ଭାବରେ ମିଶି ପାରି ନଥାଏ ଓ ଖାଦ୍ୟ ହଜମ ହେବାରେ ଅନେକ ସମସ୍ୟା ଦେଖାଯାଏ l ଏସିଡ଼ିଟି, ଗ୍ୟାସ ଭଳି ବିଭିନ୍ନ ପେଟ ସମ୍ବନ୍ଧୀୟ ଭୟଙ୍କର ରୋଗର ସମୁଖୀନ
ହୋଇଥାଉ l