ବୀମାନ ଯାତ୍ରୀ ମୃତ; ଭୁବନେଶ୍ୱରରେ ଜରୁରୀକାଳୀନ ଅବତରଣ କଲା ଏୟାରଏସିଆ ଫ୍ଲାଇଟ୍‌

0

ଓଡ଼ିଶାଫାଷ୍ଟ(ବ୍ୟୁରୋ): ଜଣେ ଯାତ୍ରୀଙ୍କ ସ୍ଵାସ୍ଥ୍ୟ ଖରାପହେବାରୁ ପଟ୍ଟନାୟକ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କଲା ଏୟାରଏସିଆ ଫ୍ଲାଇଟ୍‌। ବେଙ୍ଗାଳୁରୁରୁ କୋଲକାତା ଯାଉଥିବା ବେଳେ ଏୟାରଏସିଆ ଫ୍ଲାଇଟ୍ ଭୁବନେଶ୍ୱରରେ ଜରୁରୀକାଳୀନ ଅବତରଣ କରିଛି । ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରରେ ପାଇଲଟ ଜରୁରୀ ଲ୍ୟାଣ୍ଡ କରିଥିଲା।
ସେପଟେ ଯାତ୍ରୀଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଯାତ୍ରୀଙ୍କ ପରିଚୟ ମିଳିଛି । ସେ ହେଲେ ତୈମୁର ଅଲ୍ଲୀ ଖାନ୍ । ବେଙ୍ଗାଲୁରରୁ ଏୟାର ଏସିଆ ଫ୍ଲାଇଟରେ ଯାତ୍ରା ଆରମ୍ଭ କରିଥିଲେ ଉକ୍ତ ଯାତ୍ରୀ । ମଝି ଆକାଶରେ ହଠାତ ଅସୁସ୍ଥ ହୋଇପଡିଥିଲେ । ଫଳରେ ଭୁବନେଶ୍ୱରରେ ଜରୁରକାଳୀନ ଅବତରଣ କରିଥିଲା ବିମାନ।

Leave a comment