ଦଧିଚି ଫାର୍ମାସୀ କଲେଜ ଦ୍ୱାରା ଆୟୋଜିତ ଯୁବ ଫାର୍ମାସୀ ମହୋତ୍ସବ

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ସାମ୍ପ୍ରତିକ ସମାଜରେ ଫାର୍ମାସୀ ମାନଙ୍କ ଭୂମିକା ଅନିର୍ବାର୍ଯ୍ୟ ହୋଇପଡିଛି । ସେମାନଙ୍କ ତ୍ୟାଗ ଅତୁଳନୀୟ । ଯୁବ ଫାର୍ମାସିଷ୍ଟ ମାନେ ଏକ ନୂତନ ଓ ସୁସ୍ଥ ସମାଜ ଗଠନରେ ସାମିଲ କରିବାକୁ ବିଶିଷ୍ଟ ବ୍ୟକ୍ତିମାନେ ମତ ପୋଷଣ କରିଛନ୍ତି । ବିଦ୍ୟା ବିହାର ସୁନ୍ଦରଗ୍ରାମ, କଟକ ସ୍ଥିତ ଦଧିଚି ଫାର୍ମାସୀ କଲେଜ ଦ୍ୱାରା ଆୟୋଜିତ ହୋଇଥିବା ଦ୍ୱିତୀୟ ଯୁବ ଫାର୍ମାସୀ ମହୋତ୍ସବ -୨୦୨୪ ଏବଂ ଚତୁର୍ଥ ଓଡ଼ିଶା ମେଡିକାଲ୍ ଏକ୍ସପୋ ୨୩ ଫେବୃୟାରୀରୁ ଆରମ୍ଭ ହୋଇଯାଇଛି । ଓଡିଶା ମେଡିକାଲ୍ ଏକ୍‌ସ୍ପୋ ୨୩ ଫେବୃୟାରୀରେ ଉଦ୍‌ଘାଟନ ହୋଇଥିବା ବେଳେ ୨୪ ଫେବୃୟାରୀରେ ଯୁବ ଫାର୍ମାସୀ ମହୋତ୍ସବର ଉଦ୍‌ଘାଟନୀ ଉତ୍ସବ ପାଳିତ ହୋଇଥିଲା । ଦେଶ ବିଦେଶରୁ ଆସିଥିବା ବିଭିନ୍ନ ପ୍ରକାରର ଅତି କୌଶଳୀ ଡାକ୍ତରୀ ଏବଂ ଫାର୍ମାସୀ ଉପକରଣ ଏବଂ ଯନ୍ତ୍ରପାତିର କାର୍ଯ୍ୟକୁଶଳ ଏବଂ ବ୍ୟବହାର ଉପରେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନେ ଜ୍ଞାନ ଅର୍ଜନ କରିଥିଲେ । ଭାରତରେ ଏପରି ଏକ ସମ୍ମେଳନ ଦ୍ୱିତୀୟ ଥର ପାଇଁ ଅନୁଷ୍ଠାନ ଦ୍ୱାରା ଆୟୋଜିତ ହୋଇଥିବା ବେଳେ ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ ୫୦ ଫାର୍ମାସୀ କଲେଜ, ୧୫୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ, ୨୦୦ ଅଧ୍ୟାପକ ଅଧ୍ୟାପିକା, ୩୦ ପ୍ରକ୍ଷାତ ବକ୍ତା ଯୋଗଦେଇ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରକାରର ଯୁବ ଦକ୍ଷତା ବିକାଶ ବିଷୟବସ୍ତୁ ଉପରେ ଜ୍ଞାନ ଅର୍ଜନ

କରିଥିଲେ । ଦଧିଚି ସମୂହ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡ଼. ମନୋଜ କୁମାର ଦାଶ ଏବଂ ମ୍ୟାନେଜିଂ ଟ୍ରଷ୍ଟି ବବିତା ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ପ୍ରଫେସର ଡ଼ି. ପ୍ରମୋଦ ୟିଓଲେ, ଭାଇସ୍ ପ୍ରେସିଡେଣ୍ଟ ଫାର୍ମାସୀ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ, ନୂଆ ଦିଲ୍ଲୀ, ମୁଖ୍ୟବକ୍ତା ଶ୍ରୀଯୁକ୍ତ ଅଶୋକ କୁମାର ପାତ୍ର ଡ୍ରଗ୍ କଚ୍ରୋାଲର୍ ଓଡିଶା, ସମ୍ମାନୀତ ଅତିଥି ପ୍ରଫେସର ଡ଼. ଉମାକାନ୍ତ ଶତପଥୀ, ଆଡିସିନାଲ୍ ଡ଼ିଏମ୍‌ଇଟି ଓଡିଶା, ଶ୍ରୀଯୁକ୍ତ ଏସ୍‌. ସତ୍ୟନାରାୟଣ ଚେୟାର୍‌ମ୍ୟାନ୍ ଓପିସିଏ (ଓପ୍‌କା), ଶ୍ରୀଯୁକ୍ତ ଧର୍ମେନ୍ଦ୍ର ସିଂ, ଇସି ମେମ୍ବର ଫାର୍ମାସୀ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ, ବିଶିଷ୍ଟ ଅତିଥି ପ୍ରଫେସର୍ ଡ଼ି ସଚ୍ଚିଦାନନ୍ଦ ମହାନ୍ତି, ଡିଏମ୍‌ଇଟି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ଫାର୍ମାସିଷ୍ଟ ମାନେ ସମାଜରେ ଗୁରୁ ଦାୟିତ୍ୱ ତୁଲାଉଛନ୍ତି, ଯେଉଁଥି ପାଇଁ ଭାରତ ସରକାର ଫାର୍ମାସୀ ପାଠ୍ୟକ୍ରମକୁ ବହୁ ଗୁରୁତ୍ୱ ଦେଉଛନ୍ତି ବୋଲି କହିଥିଲେ । ଫାର୍ମାସୀ କଲେଜର ଅଧ୍ୟକ୍ଷ ଡ଼. ରଜତ କୁମାର କର ଅତିଥି ମାନଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏବଂ ଦୂରଦର୍ଶୀ ସମ୍ପର୍କରେ ସୂଚନା ଦେଇଥିଲେ ।

ପାନେଲ୍ ସ୍ପିକର ଶ୍ରୀଯୁକ୍ତ ସଙ୍କେତ କୁମାର ପାତ୍ର, ପ୍ରୋଗ୍ରାମ ମ୍ୟାନେଜର ଟେକ୍ ମହିନ୍ଦ୍ରା, ଡ଼. ଭେଙ୍କଟ ରାଓ, ପ୍ରଫେସର କମ୍ୟୁନିଟି ମେଡିସିନ୍‌, ଆଇଏମ୍‌ଏସ୍ ସମ୍ ହସ୍ପିଟାଲ୍‌, ଶ୍ରୀଯୁକ୍ତ ନବିନ ମହାପାତ୍ର, ସେକ୍ରେଟାରୀ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଫାର୍ମାସିଷ୍ଟ, ରତ୍ନାକର ଶତପଥୀ, ସାଇକୃଷ୍ଣ ପାଢୀ, ଶ୍ରୀଯୁକ୍ତ ସତ୍ୟବ୍ରତ ଗିରି, ଆସିଷ୍ଟାଚା ଡ୍ରଗ୍ କଚ୍ରୋାଲର୍‌, ଶ୍ରୀଯୁକ୍ତ ସୁବାଷ କୁମାର ସାହୁ, ଆସିଷ୍ଟାଚା ଡାଇରେକ୍ଟର୍ ଏମ୍‌ଏସ୍‌ଏମ୍ ଇଡିଏଫ୍‌ଓ, କଟକ ଏବଂ ଶ୍ରୀଯୁକ୍ତ ରମାକାନ୍ତ ପାଣିଗ୍ରାହୀ, ଜିଏମ୍ ଏବିସି ଫାର୍ମାସିୟୁଟିକାଲ୍‌ସ ପ୍ରମୁଖ ଯୋଗଦେଇ ଲିଜେଣ୍ଡାରୀ ଟକ୍ ସୋ, ସ୍କିଳ୍ କନ୍‌କ୍ଲେଭ୍ ଏବଂ ଷ୍ଟର୍ଟ ଅପ୍ ସମିତି ଉପରେ ଆଧାରିକ ବିଭିନ୍ନ ବସ୍ତୁ ଉପରେ ଚର୍ଚ୍ଚା କରିଥିଲେ ।

କାର୍ଯ୍ୟକ୍ରମ ସହ ସଙ୍ଗଠକ ଏବଂ ଅନୁଷ୍ଠାନର ଉପାଧ୍ୟକ୍ଷ ପ୍ରଫେସର ଶୋଭବିକାଶ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ବିତ୍ତ ନିର୍ଦ୍ଦେଶକ ବାସୁଦେବ ବିଶ୍ୱାଳ, ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଭାତ କୁମାର ପାଢୀ, ପ୍ରଶାସକ ନିର୍ଦ୍ଦେଶକ ସୀମାଞ୍ଚଳ ପଣ୍ଡା, ନିର୍ଦ୍ଦେଶକ ଏକାଡେମିକ୍ ସଂଗ୍ରାମ ପଟ୍ଟନାୟକ, ସଂଯୋଜକ ଶ୍ରୀମତୀ ଅନିତା ସାହୁ ଏବଂ ଅନୁଷ୍ଠାନର ଅଧ୍ୟାପକ ଅଧ୍ୟାପିକା ଏବଂ ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ସହିତ ଷ୍ଟୁଡେଚା ସ୍ୱେଛାସେବକ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a comment