ବଢ଼ିଲା ମହୁଆଙ୍କ ଅଡୁଆ, ହେବ ସିବିଆଇ ତଦନ୍ତ

0

ପ୍ରଶ୍ନ ପଚାରିବା ବଦଳରେ ଲାଞ୍ଚ ନେବା ଅଭିଯୋଗ ମାମଲାରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଏବେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଦାବି କରିଛନ୍ତି ଯେ ମହୁଆ ମୋଇତ୍ରଙ୍କ ବିରୋଧରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଏକ୍ସ’ରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଦୁବେ କହିଛନ୍ତି ଯେ ତାଙ୍କ ଅଭିଯୋଗ ଆଧାରରେ ଲୋକପାଳ ଟିଏମ୍‌ସି ସାଂସଦ ମହୁଆ ମୋଇତ୍ରଙ୍କ ବିରୋଧରେ ଜାତୀୟ ସୁରକ୍ଷାକୁ ବନ୍ଧକ ରଖି ଭ୍ରଷ୍ଟାଚାର କରିବା ମାମଲାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମହୁଆ ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିଥିବା ଅଭିଯୋଗ ହୋଇଛି। ଦୁବେଙ୍କ ଅଭିଯୋଗ ଉପରେ ସଂସଦର ଏଥିକ୍ସ କମିଟି ପୂର୍ବରୁ ହିଁ ଘଟଣାର ତଦନ୍ତ କରୁଛି।

ଅଭିଯୋଗ ମୁତାବକ, ମହୁଆ ମୋଇତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆଦାନୀ ଗ୍ରୁପକୁ ଟାର୍ଗେଟ କରିବା ପାଇଁ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କଠାରୁ ଲାଞ୍ଚ ନେଇଛନ୍ତି। ତାଙ୍କ ବିରୋଧରେ ଆହୁରି ମଧ୍ୟ ଅଭିଯୋଗ ରହିଛି କି, ମହୁଆ ମୋଇତ୍ର ଗୁପ୍ତ ସଂସଦୀୟ ଲଗ୍‌ଇନ୍‌ ପାସୱାର୍ଡ ଦର୍ଶନ ହିରାନନ୍ଦାନୀଙ୍କ ସହ ସେୟାର କରିଥିଲେ।

Leave a comment