ନଭେମ୍ବର ୨୨ରୁ ବିଧାନସଭା ସମ୍ମୁଖରେ ଘରୋଇ ବସ୍ ମାଲିକ ସଂଘ ଦେବେ ଧାରଣା, ଡିସେମ୍ବର ୧ରୁ ରାଜ୍ୟବ୍ୟାପୀ ବସ ଧର୍ମଘଟ ନିଷ୍ପତ୍ତି

0

ଆଜି ଅଲ ଓଡିଶା ଘରୋଇ ବସ୍ ମାଲିକ ସଂଘର ସାଧାରଣ ପରିଷଦ ବୈଠକରେ ଘରୋଇ ବସ୍ ମାଲିକ ସଂଘ ରାଜ୍ୟ ସଭାପତି ଲୋକନାଥ ପାଣି ଓ ରାଜ୍ୟ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ସହ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଘରୋଇ ବସ ମାଲିକ ସଂଘ କର୍ମକର୍ତ୍ତା ଯୋଗ ଦେଇଥିଲେ। ଆଜି ବିଭିନ୍ନ ଦାବି ଉପରେ ଚର୍ଚ୍ଚା ହେଇଥିଲା ।

ବିଭିନ୍ନ ଦାବିକୁ ନେଇ ଆସନ୍ତା ୨୨ ତାରିଖରେ ବିଧାନସଭା ସମ୍ମୁଖରେ ଧାରଣା ଦେବା ସହ ଆସନ୍ତା ଡ଼ିସେମ୍ବର ୧ ତାରିଖରେ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ କରିବାକୁ ନିଷ୍ପତି ନିଆଯାଇଥିବା ଘରୋଇ ବସ୍ ମାଲିକ ସଂଘ ରାଜ୍ୟ ସଭାପତି ପ୍ରକାଶ କରିଛନ୍ତି।

Leave a comment