ପାପୀ ମନୁଷ୍ୟମାନେ ପରବର୍ତ୍ତୀ ସମୟରେ କିଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି? ଗରୁଡ଼ ପୁରାଣରେ କ’ଣ କୁହାଯାଉଛି
ଗରୁଡ଼ ପୁରାଣ କଥାର ପ୍ରଥମ ଅଧ୍ୟାୟ ରେ ଭଗବାନ ଶ୍ରୀବିଷ୍ଣୁ ତଥା ଗରୁଡ଼ ଙ୍କ ସମ୍ଵାଦ ଗରୁଡ଼ ପୁରାଣ ର ସାର ଉଦ୍ଧାର ର ଉପକ୍ରମ , ପାପୀ ମନୁଷ୍ୟ ମାନଙ୍କର ଏହି ଲୋକ ତଥା ପରଲୋକ ରେ ହେଉଥିବା ଦୁର୍ଗତି ର ବର୍ଣ୍ଣନା , ଦଶଗାତ୍ର ର ପିଣ୍ଡଦାନ ରେ ଯାତନା ଦେହ ର ନିର୍ମାଣ …
ଧର୍ମଦୃଢ ବଦ୍ଧମୂଳୋ ବେଦସ୍କନ୍ଧଃ ପୁରାଣଶାଖାଢ୍ୟଃ।
କ୍ରତୁକୁସୁମୋ ମୋକ୍ଷଫଳୋ ମଧୁସୂଦନ ପାଦପୋ ଜୟତି ।।୧।।
“ଧର୍ମ ହିଁ ଯାହାର ସୁଦୃଢ଼ ମୂଳ ଅଟେ, ବେଦ ଯାହାର ସ୍କନ୍ଧ ଅଟେ, ପୁରାଣ ରୂପୀ ଶାଖା ମାନଙ୍କ ଦ୍ଵାରା ଯାହା ସମୃଦ୍ଧ ଅଟେ, ଯଜ୍ଞ ଯାହାର ପୁଷ୍ପ ଅଟେ, ଏବଂ ମୋକ୍ଷ ଯାହାର ଫଳ ଅଟେ , ଏମିତି ଭଗବାନ ମଧୁସୂଦନ ରୂପୀ *ପାଦପଙ୍କଜ କଳ୍ପବୃକ୍ଷ ର ଜୟ ହେଉ
*ଯେମିତି ବୃକ୍ଷ ସମସ୍ତ ଙ୍କୁ ଆଶ୍ରୟ ଦେଇଥାଏ, ସେମିତି ଭଗବାନ ମଧ୍ୟ ନିଜର ଚରଣାରବିନ୍ଦ ରେ ଆଶ୍ରୟ ଦେଇ ସମସ୍ତଙ୍କର ରକ୍ଷା କରି ଥାଆନ୍ତି, ସେଥିପାଇଁ ଭଗବାନ ମଧୁସୂଦନ ଙ୍କୁ ଏଠାରେ “ପାଦପୋ” ( ପଦ୍ମାଭ୍ୟାଂ ଚରଣାଭ୍ୟାଂ ପତି ରକ୍ଷତୀତି ପାଦପୋଃ )ବୃକ୍ଷ ର ଉପାଧି ଦିଆଯାଇଛି ।”
ନୈମିଷେ ନିମିଷକ୍ଷେତ୍ରେ ଋଷୟୋଃ ଶୌନକାଦୟଃ ।
ସତ୍ରଂ ସ୍ଵର୍ଗାୟ ଲୋକାୟ ସହସ୍ରସମମାସତ ।।୨।।
ଦେବକ୍ଷେତ୍ର ନିମିଷାରଣ୍ୟ ରେ ସ୍ୱର୍ଗଲୋକର ପ୍ରାପ୍ତି ର କାମନା ରେ ଶୌନକାଦି ଋଷି ମାନେ ଥରେ ସହସ୍ରବର୍ଷ ରେ ପୁର୍ଣ୍ଣ ହେଉଥିବା ଯଜ୍ଞ ର ପ୍ରାରମ୍ଭ କଲେ ।
ଏକଦା ମୁନୟଃ ସର୍ବେ ପ୍ରତର୍ହୁତହୂତାଗ୍ନୟଃ ।
ସତ୍କୃତଂ ସୁତମାସୀନଂ ପପ୍ରଚ୍ଛୁରିଦମାଦରାତ୍ ।।
ଏକ ସମୟରେ ପ୍ରାତଃ କାଳ ରେ ହବନାଦି କୃତ୍ୟ ସମ୍ପାଦନ କରି ସେହି ସବୁ ମୁନିମାନେ ସତ୍କାର କରାଯାଇଥିବା ଆସନାସୀନ ସୁତ ଜୀ ମହାରାଜ ଙ୍କୁ ଆଦର ପୂର୍ବକ ଏହି ପ୍ରଶ୍ନ ପଚାରିଲେ – ।।
କଥିତୋ ଭବତା ସମ୍ୟଗ୍ ଦେବମାର୍ଗଃ ସୁଖପ୍ରଦଃ ।
ଇଦାନୀଂ ଶ୍ରୋତୁମିଚ୍ଛାମୋ ଯମମାର୍ଗଂ ଭୟପ୍ରଦମ୍ ।।୪।।
ତଥା ସଂସାରଦୁଃଖାନି ତତ୍କ୍ଳେଶକ୍ଷୟସାଧନମ୍ ।
ଐହିକାମୁଷ୍ମିକାନ୍ କ୍ଳେଶାନ୍ ଯଥାବଦ୍ଧକ୍ତୁମହର୍ସି ।।୪।।
ଋଷି ମାନେ କହିଲେ : “ହେ ସୁତ ଜୀ ମହାରାଜ..! ଆପଣ ସୁଖ ପ୍ରଦାନକାରୀ ଦେବମାର୍ଗ ର ସମ୍ୟକ୍ ନିରୂପଣ କରିଛନ୍ତି । ଏହି ସମୟରେ ଆମ୍ଭେମାନେ ଭୟାବହ ଯମମାର୍ଗ ବିଷୟରେ ଶୁଣିବାକୁ ଚାହୁଁଛୁ । ଆପଣ ସାଂସାରିକ ଦୁଃଖ କୁ ଏବଂ ତଥା ସେହି କ୍ଳେଶ ବିନାଶକ ସାଧନ କୁ ତଥା ଇହ ଲୋକ ଓ ପରଲୋକ ର କ୍ଳେଶ ମାନଙ୍କର ବର୍ଣ୍ଣନା କରିବାକୁ ସକ୍ଷମ ଅଟନ୍ତି । ଅତଃ ତାହାର ବର୍ଣ୍ଣନା କରନ୍ତୁ ।
ସୂତ ଉବାଚ……
ଶ୍ରୁଣୁଧ୍ଵଂ ଭୋ ବିବକ୍ଷାମି ଯମମାର୍ଗ ସୁଦୁର୍ଗମମ୍ ।
ସୁଖଦଂ ପୁଣ୍ୟଶୀଳାନାଂ ପାପୀନାଂ ଦୁଃଖ ଦାୟକମ୍ ।।୬।।
ଯଥା ଶ୍ରୀବିଷ୍ଣୁନାଂ ପ୍ରୋକ୍ତଂ ବୈନତାୟ ପୃଚ୍ଛତେ ।
ତଥୈବ କଥୟିଷ୍ୟାମି ସନ୍ଦେହ ଚ୍ଛେଦନାୟ ଵଃ ।।୭।।
ସୁତ ଜୀ କହିଲେ “ହେ ମୁନିଗଣ..! ଆପଣ ମାନେ ଶୁଣନ୍ତୁ । ମୁଁ ଅତ୍ୟନ୍ତ ଦୁର୍ଗମ ଯମମାର୍ଗ ବିଷୟରେ କହୁଛି, ଯାହା ପୁଣ୍ୟାତ୍ମା ମାନଙ୍କ ପାଇଁ ସୁଖଦ ତଥା ପାପୀ ମାନଙ୍କ ପାଇଁ ଦୁଃଖଦ ଅଟେ । ଶ୍ରୀଗରୁଡ଼ ଭଗବାନ ଙ୍କୁ ପ୍ରଶ୍ନ ପଚାରିବା ପରେ ଭଗବାନ ବିଷ୍ଣୁ ତାଙ୍କୁ ଯାହା କହିଥିଲେ , ମୁଁ ଠିକ୍ ସେହିପରି ଆପଣ ମାନଙ୍କ ସନ୍ଦେହ ମୋଚନ ନିମିତ୍ତ ପାଇଁ କହିବି । …………