ଶ୍ରମିକଙ୍କ ଉପରେ ଖସି ପଡ଼ିଲା କ୍ରେନ୍‌, ୧୭ମୃତ

0

ମହାରାଷ୍ଟ୍ରରେ ବଡ଼ ଧରଣର ଦୁର୍ଘଟଣା। ଥାନେ ଜିଲ୍ଲାର ସାହାପୁରରେ ଜାତୀୟ ରାଜପଥ କାମ ଚାଲିଥିବା ବେଳେ ଶ୍ରମିକଙ୍କ ଉପରେ ଖସି ପଡ଼ିଲା କ୍ରେନ୍‌। ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ସମୃଦ୍ଧି ଏକ୍ସପ୍ରେସ ହାଇୱେ ନିର୍ମାଣ ବେଳେ ଏହି ଅଘଟଣ ଘଟିଛି।

ଏବେବି ମେସିନ ତଳେ ୫ ଜଣ ଦବି ରହିଛନ୍ତି ଏବଂ ଅନ୍ୟ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। କୁହାଯାଉଛି କ୍ରେନ୍‌ର ଜିରିଡର ଲଞ୍ଚିଂ ମେସିନ୍‌ରେ ଶ୍ରମିକମାନେ କାମ କରୁଥିବା ବେଳେ କୌଣସି ବଡ଼ ଜିନିଷ ଉଠାଉଥିବା ବେଳେ ଏହି ଅଘଟଣ ଘଟିଛି। ଘଟଣାସ୍ଥଳରେ ଏନ୍‌ଡିଆରଏଫ୍‌ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ସେପଟେ ପୋଲିସ କହିଛି ଯେ ଆମ୍ବୁଲାନ୍ସ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଗୁରୁତରଙ୍କୁ ଡାକ୍ତରଖାନା ନିଆଯାଇଛି। ଏଥିସହିତ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନାକୁ ପଠାଯାଇଛି। ଜେସିବି ଏବଂ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଘଟଣାସ୍ଥଳକୁ ଖାଲି କରାଯାଉଛି।

Leave a comment