ସଂସଦରେ ମହିଳା ସଂରକ୍ଷଣ ବିଲ ପାରିତ କରିବାକୁ ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ଦାବି

0

ସଂସଦରେ ମହିଳା ସଂରକ୍ଷଣ ବିଲ ପାରିତ କରିବାକୁ ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ର ଦାବି କରିଛନ୍ତି। ସଂସଦ ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ହେବା ଦ୍ବାରା ଭାରତ ନାରୀ ସଶକ୍ତୀକରଣରେ ଏକ ଐତିହାସିକ ପଦକ୍ଷେପ ନେବ।

ଦୀର୍ଘ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସଂରକ୍ଷଣ ବିଲ ସଂସଦରେ ପାରିଦ କରିବାକୁ ଦାବି କରି ଆସୁଛନ୍ତି।

୨୦୧୯ ଲୋକସଭା ନିର୍ବାଚନରେ ବିଜେଡି ପକ୍ଷରୁ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଲୋକସଭା ଟିକଟ ସଂରକ୍ଷଣ ରଖିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଜୟୀ ହୋଇଛନ୍ତି। ସେହିପରି ବିଜେଡି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳ ୨୨ଟି ରାଜନୈତିକ ଦଳକୁ ଭେଟି ଏହି ବିଲକୁ ସମର୍ଥନ କରିବା ପାଇଁ ଅପିଲ କରିଥିଲେ। କେତେକ ଦଳ ଏହି ବିଲ୍କୁ ସମର୍ଥନ କରିଛନ୍ତି। ମହିଳା ସଂରକ୍ଷଣ ବିଲ ପାରିତ କରିବାକୁ ସେ ଦାବି କରିଥିଲେ। ଏହି ବିଲ୍ ୬୬ କୋଟି ମହିଳା ସଶକ୍ତିକରଣରେ ଇତିହାସ ସୃଷ୍ଟି କରିବ।

Leave a comment