କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବେ ବିରୋଧୀ !
ମଣିପୁର ହିଂସାକୁ ନେଇ ଉଭୟ ଗୃହରେ ଲାଗି ରହିଥିବା ଅଚଳାବସ୍ଥାକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ ଚଳାଇଛନ୍ତି । ଏହାକୁ ନେଇ ଏକ ସ୍ୱତନ୍ତ୍ର ଯୋଜନା କରୁଥିବା ସୂତ୍ରରୁ ଜଣାପଡ଼ିଛି । କିନ୍ତୁ ବିରୋଧୀ ମେଂଟ ‘ଇଣ୍ଡିଆ’ ସରକାରଙ୍କୁ ଅଡ଼ୁଆରେ ପକାଇବା ପାଇଁ ବଡ଼ ଯୋଜନା କରୁଛନ୍ତି । ମଣିପୁର ହିଂସାକୁ ପ୍ରସଙ୍ଗ କରି ବିରୋଧୀ ମେଂଟ ସରକାରଙ୍କୁ ଘେରିବା ପାଇଁ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଣିବେ ବୋଲି ଜଣାପଡ଼ିଛି । ଏ ସଂକ୍ରାନ୍ତରେ ବାଚସ୍ପତିଙ୍କୁ ନୋଟିସ ଦିଆଯିବ ବୋଲି ଇଣ୍ଡିଆ ପକ୍ଷରୁ ଆୟୋଜିତ ବୈଠକରେ ଆଲୋଚନା ହୋଇଛି ।