ରଥାରୁଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି

0

ବାଜୁଛି ବିଜେ କାହାଳୀ, ଚାଲିଛି ପହଣ୍ଡି ବିଜେ । ରଥଯାତ୍ରାର ଅନ୍ୟତମ ମନମୁଗ୍ଧକର ନୀତି ହେଉଛି ପହଣ୍ଡି ବିଜେ । ଧାଡ଼ି ପହଣ୍ଡିରେ ତିନି ରଥକୁ ବିଜେ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ହୁଳହୁଳି, ହରିବୋଲ ଧ୍ୱନିରେ ସିଂହଦ୍ୱାର ପ୍ରକମ୍ପିତ । ଆଉ ଏହାରି ଭିତରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ପ୍ରଥମେ ସ୍ଥାପନା ହେଲେ ସୁଦର୍ଶନ ଠାକୁର । ମହାପ୍ରଭୁ ଧାଡ଼ି ପହଣ୍ଡିରେ ରଥକୁ ବିଜେ କରିଛନ୍ତି । ମନ୍ଦିର ଭିତରେ ନୀତିକାନ୍ତି ଶେଷ ହେବା ପରେ ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ହୋଇଥିଲା । ଏହା ପରେ ଶ୍ରୀବଳଭଦ୍ରଙ୍କ ପହଣ୍ଡି ହୋଇଥିଳା । ଘଣ୍ଟ ଓ ଶଙ୍ଖର ଶବ୍ଦରେ ଶ୍ରୀମନ୍ଦିର ପରିସର ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଛି ।

ସୁଦର୍ଶନଙ୍କ ପରେ ବଡ଼ ଭାଇ ବଳଭଦ୍ର ବି ରଥରେ ବିଜେ କରିଛନ୍ତି । ତାଙ୍କ ପରେ ପରେ ଧାଡ଼ି ପହଣ୍ଡିରେ ଆସି ଦେବୀ ଭଭଦ୍ରା ବି ରଥରେ ବିରାଜମାନ ହୋଇଛନ୍ତି ।

 

 

Leave a comment