ଝାରସୁଗୁଡ଼ା ଉପନିର୍ବାଚନ : ଦିବଙ୍ଗତ ବିଜେଡି ନେତା ନବ ଦାସଙ୍କ ଝିଅ ଦୀପାଳି ହେଲେ ବିଜେଡି ପ୍ରାର୍ଥୀ

0

ଝାରସୁଗୁଡ଼ା ଉପନିର୍ବାଚନ ନେଇ ପ୍ରାର୍ଥୀ ଘୋଷଣା କଲା ବିଜେଡି । ଦିବଙ୍ଗତ ବିଜେଡି ନେତା ନବକିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଛି ବିଜେଡି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ନେଇ ଦୀପାଳିଙ୍କ ନାଁରେ ମୋହର ମାରିଛନ୍ତି ।

ଆସନ୍ତା ମେ ୧୦ରେ ନିର୍ବାଚନ ହେବ । ଆଜି ପ୍ରଥମ ଦଳ ଭାବେ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ଅନ୍ୟପକ୍ଷରେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଖୋଜିବାରେ ଲାଗିଛନ୍ତି । କାରଣ ଦୀପାଳି ଦାସଙ୍କୁ ଟକ୍କର ଦେଲା ଭଳି ବିରୋଧୀଙ୍କୁ ପ୍ରାର୍ଥୀ ମିଳୁନାହାନ୍ତି ।

ସୂଚନାଥାଉକି, ଗତ ଜୁନ ୨୯ ତାରିଖରେ ଝାରସୁଗୁଡ଼ାର ଏକ ନିର୍ବାଚନୀ ରାଲିରେ ନବ ଦାସଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏହାପରେ ଝାରସୁଗୁଡ଼ା ଆସନ ଖାଲି ପଡ଼ିଯାଇଥିଲା । ଖାଲି ଆସନକୁ ନେଇ ନିର୍ବାଚନ ଆସନ୍ତା ୧୦ ତାରିଖରେ ହେବ । ସେହିପରି ୧୩ ତାରିଖରେ ପଳାଫଳ ଘୋଷଣା ହେବ ।

Leave a comment