ବରଯାତ୍ରୀ ଗାଡ଼ି ଦୁର୍ଘଟଣା ୭ ମୃତ୍ୟୁ ଘଟଣା, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

0

ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ । ଝାରସୁଗୁଡା ଜିଲ୍ଲା ଲଖନପୁର ବଡଧରା ଗାଁରୁ ସମସ୍ତେ ସମ୍ବଲପୁର ପରମାଣପୁରକୁ ବରଯାତ୍ରୀ ଆସିଥିଲେ ।

ବରଯାତ୍ରୀ କାର୍ଯ୍ୟ ସାରି ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ସମସ୍ତ ମୃତକ ଝାରସୁଗୁଡ଼ା ବଡ଼ଧରା ଗାଁର ବୋଲି ଜଣା ପଡିଛି। ସେମାନେ ହେଲେ ସୁମନ୍ତ ଭୋଇ, ସୁବଳ ଭୋଇ, ଅଜିତ ଖମାରୀ, ସରୋଜ ସେଠ୍, ରମାକାନ୍ତ ଭୟଁର ଓ ଦିବ୍ଯ ଲୁହା । ସେମାନେ ବିବାହ ଭୋଜିରେ ଯୋଗଦେବାକୁ ଝାରସୁଗୁଡ଼ାରୁ ଆସିଥିଲେ । ସେପଟେ ଦୁର୍ଘଟଣା ସମୟରେ ଗାଡିର କାଚ ଭାଂଗି ଗାଡି ଭିତରୁ ବାହାରିଥିବା ୪ ଜଣଙ୍କ ଚିକିତ୍ସା ସମ୍ବଲପୁର ମେଡିକାଲରେ ଚାଲିଛି । ଦୁର୍ଘଟଣାବେଳେ ବର୍ଷା ଲାଗି ରହିଥିଲା ବୋଲି ଜଣାପଡିଛି।

ସମ୍ବଲପୁରରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାରେ ଅନେକଙ୍କ ପ୍ରାଣହାନୀ ହୋଇଥିବା ବିଷୟରେ ଜାଣି ମୁଁ ଦୁଃଖିତ। ସମସ୍ତଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି। ଏଥିସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି।

ଏହି ଘଟଣାରେ ୭ ଜଣଙ୍କ ମୃତ୍ୟୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ନବୀନ ପଟ୍ଟନାୟକ । ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave a comment