କାବୁଲରେ ବଡ ଧରଣର ବିସ୍ଫୋରଣ, ୧୩ ମୃତ

0

ଆଫଗାନିସ୍ତାନ ରାଜଧାନୀ କାବୁଲରେ ପୁଣିଥରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ବୈଦେଶିକ ମନ୍ତ୍ରଣାଳୟ ନିକଟରେ ଏହି ବିସ୍ଫୋରଣ ଘଟିଛି। ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ତାଲିବାନ ସୂତ୍ରରୁ ଜଣାପଡ଼ିଛି ଯେ ଏହି ବିସ୍ଫୋରଣ ସୋମବାର ଅପରାହ୍ନରେ ବୈଦେଶିକ ମନ୍ତ୍ରଣାଳୟର ମୁଖ୍ୟ ଚେକ୍ ପୋଷ୍ଟ ନିକଟରେ ଘଟିଛି।

ଆଫଗାନିସ୍ତାନର ଏକ ଗଣମାଧ୍ୟମ ମୁତାବକ, ଏହି ବିସ୍ଫୋରଣ ବୈଦେଶିକ ମନ୍ତ୍ରଣାଳୟ ରାସ୍ତାରେ କାବୁଲର ଡାଉନ୍‌ଟାଉନରେ ଥିବା ବାଣିଜ୍ୟ କେନ୍ଦ୍ର ନିକଟରେ ଘଟିଛି।

ବିସ୍ଫୋରଣ ବହୁତ ଶକ୍ତିଶାଳୀ ଥିଲା। ଯଦିଓ ତାଲିବାନ ସରକାର ଏ ପର୍ଯ୍ୟନ୍ତ ଏ ନେଇ କୌଣସି ଅଫିସିଆଲ ବୟାନ ଜାରି କରିନାହିଁ।

Leave a comment