୧୫ ବର୍ଷ ପରେ ପୂରଣ ହେଲା ଆପର ସ୍ବପ୍ନ; MCD ନିର୍ବାଚନରେ ବିଜେପିକୁ ପଛରେ ପକାଇ ବାଜି ମାରିଲା

ଦିଲ୍ଲୀ ମ୍ୟୁନିସିପାଲିଟି ନିର୍ବାଚନରେ ଦମଦାର ବିଜୟ ହାସଲ କରିଛି ଆମ୍ ଆଦମୀ ପାର୍ଟି । ଦୀର୍ଘ ୧୫ ବର୍ଷ ହେଲା ଭାରତୀୟ ଜନତା ପାର୍ଟି କବ୍ଜାରେ ଥିବା ଦିଲ୍ଲୀ ମହାନଗର ନିଗମ (ଏମ୍ସିଡି)କୁ କେଜରିଓ୍ବାଲଙ୍କ ଆପ୍ ହାତେଇ ନେଇଛି । ମୋଟ ୨୫୦ଟି ସିଟ୍ ମଧ୍ୟରୁ ସଂଖ୍ୟା ଗରିଷ୍ଠତା ପାଇଁ ୧୨୬ ସିଟ୍ ଆବଶ୍ୟକତା ଥିଲା ।
ତେବେ ଅରବିନ୍ଦ କେଜରିଓ୍ବାଲଙ୍କ ଆପ୍ ୧୩୪ସିଟ୍ରେ ବିଜୟୀ ହେବା ସହିତ ମେୟର ଚୟନ ପାଇଁ ସଂଖା ଗରିଷ୍ଠତା ହାସଲ କରିସାରିଛି । ଅନ୍ୟପଟେ ବିଜେପି ୧୦୩ଟି ସିଟ୍ରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ମାତ୍ର ୧୦ଟି ସିଟ୍ ପାଇବାକୁ ସକ୍ଷମ ହୋଇଛି ।