ପ୍ରଧାନମନ୍ତ୍ରୀ ଫସଲ ବୀମାକୁ ନେଇ କେନ୍ଦ୍ର ଉପରେ ବର୍ଷିଲା ବିଜେଡି
ପ୍ରଧାନମନ୍ତ୍ରୀ ଫସଲ ବୀମା ଏବଂ ଚାଷୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଚିଠି ପ୍ରସଙ୍ଗରେ ବିଜେଡିର ପ୍ରେସମିଟ୍। ଚାଷୀ ଓ ଚାଷ ସଂପର୍କିତ ପ୍ରସଙ୍ଗରେ ବିଜେପି ରାଜନୀତି ନକରୁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର। କେନ୍ଦ୍ର ଉପରେ ପ୍ରବଳ ବର୍ଷି ଉପନିର୍ବାଚନକୁ ପ୍ରଭାବିତ କରିବାକୁ ଏଭଳି ଚିଠି ଲେଖାଯାଇଛି କି ବୋଲି ପ୍ରଶ୍ନ କରିଛନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଛନ୍ଦି ହୋଇପଡିଛନ୍ତି କେନ୍ଦ୍ର ସରକାର।
ଚାଷୀଙ୍କ ଅର୍ଥ ରିଲିଜ ପାଇଁ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫସଲ ବୀମା ଯୋଜନାରେ କ୍ଷତିପୂରଣ ଅଟକାଇଥିଲା କେନ୍ଦ୍ର। ଚାଷୀଙ୍କୁ ଛାଡ଼ି ରାଜନୀତି କରିବାକୁ ପରାମର୍ଶ ଦେଇଛନ୍ତି ସସ୍ମିତ। ଫସଲ ବୀମା ରାଶି ନେଇ ବିଜେଡି ମୁଣ୍ଡରେ ଦୋଷ ଲଦିବାକୁ ବିଜେପି ଉଦ୍ୟମ କରୁଛି ବୋଲି ସେ କହିଛନ୍ତି।