ଛୋଟପିଲା ମାଟିରେ ଖେଳିଲେ କ’ଣ ମିଳେ ଫାଇଦା ? ଗବେଷଣାରୁ ମିଳିଛି ଏଭଳି ତଥ୍ୟ
ଆଧୁନିକ ଯୁଗରେ ପିତାମାତା ଅଭିଭାବକ ମାନେ ନିଜ ପିଲା ମାନଙ୍କୁ ‘ ମାଟିରେ ଖେଳେନି, ହାତ ଅସନା ହୋଇଯିବ, ଡ୍ରେସ ଅସନା ହୋଇଯିବ ଇତ୍ୟାଦି ଆମେ କହିଥାଉ l ଯଦି ଏଭଳି ପିତାମାତା କରୁଛନ୍ତି ତେବେ ଆଜି ହିଁ ଏଭଳି କହିବା ବନ୍ଦ କରନ୍ତୁ l ମାଟି ଓ ବାଲି ରେ ଏଭଳି ମାଇକ୍ରୋଅର୍ଗାନିଜିମ ରହିଥାଏ, ଯାହା ତାଙ୍କ ସ୍ୱାସ୍ଥ୍ୟ ପାଇଁ ଖୁବ ହିତକର ଅଟେ ଏବଂ ଇମ୍ୟୁନ ସିଷ୍ଟମ କୁ ଷ୍ଟ୍ରଙ୍ଗ କରିଥାଏ l ଗବେଷକ ଙ୍କ ମତରେ ମାଟି ଓ ବାଲିରେ ଖେଳିବା ଦ୍ୱାର ଏଲର୍ଜୀ ଓ ଦମା ସମସ୍ୟା ହେବାର ଆଶଙ୍କା ଖୁବ କମ ରହିଥାଏ l ମାଟି ରେ ଖେଳିବା ଦ୍ୱାରା ଡିପ୍ରେସନ ଓ ଏଙ୍ଗଯାଇଟି ସମସ୍ୟା ମଧ୍ୟ ହୋଇ ନଥାଏ l
ଆଗକାଳରେ ମଣିଷ ଏତେ ଅଧିକ ରୋଗ ଗ୍ରସ୍ତ ହେଉ ନଥିଲା, ଯାହାର ମୁଖ୍ୟ କାରଣ ହେଉଛି ଆମ ଚତୁର ପାର୍ଶ୍ୱରେ ଅଧିକ ଗଛ ରହିଥିଲା, ପିଲାମାନେ ଅଧିକ ମାଟି ଓ ଧୂଳିରେ ଖେଳୁଥିଲେ, ପ୍ରକୃତି ସହିତ ସାମିଲ ହେଉଥିଲେ, ତେଣୁ ବିଶେଷ ଭାବରେ ଖୁସି ରହି ପାରୁଥିଲେ l
ସ୍ୟାଣ୍ଡ ଟ୍ରେ ଥେରାପି କଣ ? :
ଗବେଷକ ମାନେ ଗୋଟିଏ ଅଧ୍ୟୟନ ଅନୁସାରେ କହିଛନ୍ତି ଯେ ପ୍ରକୃତି ଓ ପର୍ଯ୍ୟାବରଣ ଉଭୟ ପ୍ରାକୃତିକ ବାତାବରଣ ରେ ସମ୍ପୂର୍ଣ ସ୍ୱାଧୀନ ଭାବରେ ବୁଲିବା ଦ୍ୱାରା ପିଲାଙ୍କୁ ରୋଗ ସହିତ ଲଢ଼ିବା ପାଇଁ ଅଧିକ ଶକ୍ତି ମିଳିଥାଏ l ଇଟାଲୀର ପଲେର୍ମୋ ବିଶ୍ୱବିଦ୍ୟାଳୟ ର ଗବେଷକ କହିଛନ୍ତି – ମାଟି, କାଦୁଅ ଓ ବାଲି ରେ ପିଲା ମାନଙ୍କର ଜ୍ଞାନେନ୍ଦୀୟ ର ବିକାଶ ହୋଇଥାଏ l ଏହା ଗୋଟିଏ ପ୍ରକାରର ଥେରାପି ଅଟେ l ଏହା କେବଳ ରୋଗର ଚିକିତ୍ସା କରି ନଥାଏ ବରଂ ରୋଗରେ ପଡିବା ରୁ ରକ୍ଷା କରିଥାଏ l
ଯେଉଁ ପିଲାମାନେ ନିଜର ମନର ଭାବନା କୁ କହି ପାରନ୍ତି ନାହିଁ ସେମାନଙ୍କୁ ସ୍ୟାଣ୍ଡ ଟ୍ରେ ଥେରାପି ଦିଆ ଯାଇଥାଏ l ଆଜି ପର୍ଯ୍ୟନ୍ତ କୁହାଯାଉ ଥିଲା ଯେ ମାଟିରେ ଖେଳିବା ସ୍ୱାସ୍ଥ୍ୟ ପାଇଁ ହିତକର ନୁହେଁ, କିନ୍ତୁ ବର୍ତମାନ ହୋଇଥିବା ଅଧ୍ୟୟନ ରୁ ଜଣା ପଡିଛି ଯେ ଯେଉଁ ପିଲା ପ୍ରାକୃତିକ ପର୍ଯ୍ୟାବରଣ ଦ୍ୱାରା ଅଧିକ ସମୟ ଅତିବାହିତ କରିଥାଏ ସେ ଗୋଟିଏ ଭଲ ମଣିଷ ହୋଇଥାଏ l
ପ୍ରାକୃତିକ ସ୍ଥାନ ମଣିଷକୁ ରିଚାର୍ଜ କରିଥାଏ :
ଗବେଷଣା କହୁଛି ଯେ ପ୍ରାକୃତିକ ସ୍ଥାନ ଗୁଡିକ ମଣିଷର ମସ୍ତିଷ୍କ କୁ ଉତେଜିତ କରିଥାଏ ଯେ ସତେ ଯପରି ମନୁଷ୍ୟ ଗୋଟିଏ ପ୍ରକାରର ରିଚାର୍ଜ ହୋଇଯାଏ l ମଣିଷ ନିଜକୁ ଅଧିକ ଉର୍ଜାବନ ଅନୁଭବ କରିଥାଏ l ଅନ୍ୟ ଗୋଟିଏ ଗବେଷଣା ରେ କୁହାଯାଇଛି ଯେ ସହରୀ ଲୋକମାନେ ଚଟାଣ ଉପରେ ଚାଲିବା ପରିବର୍ତେ ପାର୍କ ରେ ଘାସ ଉପରେ ଚାଲିଲେ ଅଧିକ ଫଳପ୍ରଦ ହେବ ଏପରିକି ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ l
ପିଲାବେଳ ଯଦି ପ୍ରକୃତିରେ ଅତିବାହିତ ହେବ ତେବେ ଯୁବାବସ୍ଥା ରେ ବିଭିନ୍ନ ରୋଗ ଦୁରେଇ ରହିବ :
ୟୁରୋପ ର ଗୋଟିଏ ଗବେଷଣା କେନ୍ଦ୍ର ର ଗବେଷଣା ଅନୁସାରେ ଯେଉଁ ଲୋକମାନେ ୧୫ ବର୍ଷ ଆୟୁ ପର୍ଯ୍ୟନ୍ତ ସମୁଦ୍ର, ସବୁଜ କ୍ଷେତ୍ର ଓ ଗାଁର ପ୍ରାକୃତିକ ପରିବେଶ ରେ ସମୟ ଅତିବାହିତ କରି ଥାଆନ୍ତି ସେମାନେ ଜୀବନ ରେ କଦାପି ଅଧିକ ମାରାତ୍ମକ ବ୍ୟାଧି ଦ୍ୱାରା ଆକ୍ରାନ୍ତ ହୁଅନ୍ତି ନାହିଁ l ସେମାନଙ୍କ ମାନସିକ ସ୍ଥିତି ଅଧିକ ସୁଦୃଢ଼ ହୋଇଥାଏ l