ଆଜି ନୀଳାଦ୍ରି ବିଜେ

0

ଆଜି ରଥଯାତ୍ରାର ଶେଷ ପର୍ବ ‘ନୀଳାଦ୍ରି ବିଜେ’ । ରତ୍ନବେଦିକୁ ଫେରିବେ ମହାବାହୁ । ଶ୍ରୀମନ୍ଦିର ରତ୍ନ ସିଂହାସନରେ ଉଭା ହେବେ ଶ୍ରୀବିଗ୍ରହ । ଗୋଟି ପହଣ୍ଡିରେ ରଥାରୂଢ଼ ଠାକୁର ଶ୍ରୀମନ୍ଦିରକୁ ବିଜେ ହେବେ । ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ବିଜେରେ ସମସ୍ୟା ନାହିଁ ।

କିନ୍ତୁ କାଳିଆ ସାଆନ୍ତ ସହଜରେ ଶ୍ରୀମନ୍ଦିର ବିଜେ କରିପାରିବେ ନାହିଁ । ବିଜେ ରାସ୍ତାରେ ବାଟ ଓଗାଳିବେ ମା’ଲକ୍ଷ୍ମୀ ସାଆନ୍ତାଣୀ । ବିଶେଷ ପର୍ବ ଲକ୍ଷ୍ମୀ-ନାରାୟଣ କଳି ସମ୍ପନ୍ନ ହେବ । ଶ୍ରୀଜଗନ୍ନାଥ ରସଗୋଲା ଦେଇ ଧର୍ମପତ୍ନୀଙ୍କ ମନ ତୋଷିବେ ।

Leave a comment