ଆଜି ରଜ ସଜବାଜ: ମିଳିବ ମିଠା ପିଠାର ବାସ୍ନା

0

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରଜ ପାଇଁ ଉତ୍ସବମୁଖର ହୋଇଉଠିଛି ଗାଁଠୁ ସହର। ଚଳିତ ବର୍ଷ କୋଭିଡ କଟକଣା କୋହଳ ହୋଇଥିବାରୁ ଧୁମଧାମରେ ରଜ ପାଳନ ପାଇଁ ସବୁରି ମନରେ ଭରି ରହିଛି ଉତ୍ସାହ । ରଜ ଆସିବ ପୋଡ ପିଠାର ମିଠା ମିଠା ବାସ୍ନାରେ । ମନମତାଣିଆ ଦୋଳି ଗୀତରେ, ଆଉ କୁଆଁରୀ ମଥାର ଟିପି ଟିପି ଚନ୍ଦନ ଟିପାରେ । କର୍ମକ୍ଲାନ୍ତ ମଣିଷ ଜୀବନରେ ଟିକିଏ ହସ ଖୁସି ଭରିଦେବା ଉଦ୍ଦେଶ୍ୟରେ , ପ୍ରକୃତି ସହ ମଣିଷକୁ ନିବିଡ ଭାବେ ଯୋଡି ଦେବାର ଏହ ସୌହାର୍ଦ୍ୟପୂର୍ଣ୍ଣ ଅବସର ସୃଷ୍ଟି କରିଥାଏ ପାରମ୍ପରିକ ପର୍ବ ରଜ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିନ ବସୁମତୀ ସ୍ନାନ ଭାବେ ପାଳନ କରାଯାଏ ।

ରଜ କୃଷିଭିତ୍ତିକ ପର୍ବ ହୋଇଥିଲେ ମଧ୍ୟ କୁଆରୀମାନେ ବେସ୍ ଉପଭୋଗ କରିଥାନ୍ତି । ଏହି ତିନିଦିନ ସେମାନେ କିଛି କାମ କରିନଥାନ୍ତି । ପରମ୍ପରା ଅନୁସାରେ ପିଠା ଓ ମିଠା ପ୍ରସ୍ତୁତ କରି ପଡୋଶୀ ତଥା ବନ୍ଧୁବବାନ୍ଧବଙ୍କୁ ବାଣ୍ଟନ୍ତି । ରଜରେ ଓଡିଆ ଘରମାନଙ୍କରେ ପିଠାପଣା, ରଜ ପାନର ଆସର ଜମିଥାଏ।

Leave a comment