ଭଗବାନ ଶିବଙ୍କ କୃପା ଲାଭ ପାଇଁ ହସ୍ତରେ ଧାରଣ କରନ୍ତୁ ରୁଦ୍ରାକ୍ଷ

0

ହିନ୍ଦୁ ଶାସ୍ତ୍ରରେ ରୁଦ୍ରାକ୍ଷର ଅନେକ ମହତ୍ତ୍ବ ବିଷୟରେ ବର୍ଣ୍ଣନା କରାଯାଇଛି। ରୁଦ୍ରାକ୍ଷ ଭଗବାନ ଶିବଙ୍କର ଆଭୂଷଣ ଅଟେ। ଘରେ ରୁଦ୍ରାକ୍ଷ ରଖିବା ଦ୍ବାରା ଭଗବାନ ଶିବଙ୍କର ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ମନ୍ତ୍ର ଜପ କରିବା ସମୟରେ ରୁଦ୍ରାକ୍ଷ ମାଳା ବ୍ୟବହାର କରାଯାଇଥାଏ। ଏହାଦ୍ବାରା ପରିବାର ସଦସ୍ୟଙ୍କର କୌଣସି ସମସ୍ୟା ହୋଇନଥାଏ।

ରୁଦ୍ରାକ୍ଷକୁ ସର୍ବଦା ହାତରେ ଧାରଣା କରିବା ଉଚିତ। ଏହାଦ୍ବାରା ବ୍ୟକ୍ତିଙ୍କ ଉପରେ ଗୃହଦୋଷ ପଡି ନଥାଏ। ରୁଦ୍ରାକ୍ଷକୁ ହସ୍ତରେ ଧାରଣ କରିବା ଦ୍ବାରା ଭଗବାନ ଶିବଙ୍କ କୃପା ପ୍ରାପ୍ତି ହୋଇଥାଏ। ଭଗବାନ ଶିବଙ୍କ ଆଭୂଷଣକୁ ହାତରେ ରଖି ପୂଜା କରିବା ଦ୍ବାରା ଅନେକ ଲାଭ ମିଳିବା ସହ ଶୁଭ ଫଳ ମିଳିଥାଏ। କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ମନ୍ତ୍ର ଜପ କରିବା ସମୟରେ ବିଭିନ୍ନ ପ୍ରକାର ମାଳାର ବ୍ୟବହାର କରିଥାଆନ୍ତି। କିନ୍ତୁ ତୁଳସୀ ଓ ରୁଦ୍ରାକ୍ଷ ମାଳାର ବ୍ୟବହାର କରିବା ବିଶେ‌ଷ ମହତ୍ତ୍ବ ରଖିଥାଏ।

ତୁଳସୀ ମାଳା ବ୍ୟବହାର କରିବାର ଅନେକ କାରଣ ରହିଛି। ତୁଳସୀ ଭଗବାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ ଅଟେ। ତୁଳସୀ ମାଳା ଦ୍ବାରା ଜପ କରିବା ଦ୍ବାରା ସମସ୍ତ ଦେବାଦେବୀ ସନ୍ତୁଷ୍ଟ ହୋଇଥାଆନ୍ତି। ମନ୍ତ୍ର ଜପ କରୁଥିବା ବ୍ୟକ୍ତି ଜୀବନରେ କୌଣସି ବାଧାବିଘ୍ନର ସମ୍ମୁଖୀନ ହୋଇନଥାଆନ୍ତି।

Leave a comment