ଫେବ୍ରୁଆରୀ ୭ ତାରିଖରୁ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଫେବ୍ରୁଆରୀ ୭ ତାରିଖରୁ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ । ଏନେଇ ରାଜ୍ୟ ଶିକ୍ଷାମନ୍ତ୍ରୀ ବିଜୟ କୁମାର ଚୌଧୁରୀ ମଙ୍ଗଳବାର ଘୋଷାଣା କରିଛନ୍ତି । ବିହାରରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଉଛି । ସେଥିପାଇଁ ଶିକ୍ଷା ବିଭାଗ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି । କରୋନାର ତୃତୀୟ ଲହରରେ ମାମଲା ବୃଦ୍ଧି ହେବା ପରେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ସତକର୍ତାମୂଳକ କାର୍ଯ୍ୟ ଭାବରେ ବନ୍ଦ ହୋଇଯାଇଥିଲା ।
ତେବେ ଏହି ଅଧୀନରେ ଫେବ୍ରୁଆରୀ ୭ ତାରିଖରୁ ପ୍ରାଥମିକ, ଉଚ୍ଚ ମାଧ୍ୟମିକ ଏବଂ କଲେଜ ଗୁଡିକ ଖୋଲିବ । ୧୦୦ ପ୍ରତିଶତ ପିଲା ଓ ଶିକ୍ଷକ ଉପସ୍ଥିତ ରହିବେ । ସେହିପରି ଶିକ୍ଷାନୁଷ୍ଠାନ ଗୁଡିକରେ ଅଫଲାଇନ କ୍ଲାସର ବ୍ୟବସ୍ଥା ପୁନସ୍ଥାପିତ ହେବା ନେଇ ଚୂଡାନ୍ତ ନିଷ୍ପତ୍ତି ସିଏମଜି ବୈଠକରେ ନିଆଯିବ ।