କମ୍ୟୁନିଷ୍ଟ ନେତା ବୁଦ୍ଧବେଦ ଭଟ୍ଟାଚାର୍ଯ୍ୟ ପଦ୍ମ ଭୂଷଣ ସମ୍ମାନ ଅସ୍ୱୀକାର କଲେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ପଦ୍ମ ଭୂଷଣ ସମ୍ମାନ ଗ୍ରହଣ କରିବାକୁ ମନା କରିଛନ୍ତି.
ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାର ପଦ୍ମ ସମ୍ମାନ ଘୋଷଣା କରିଥିଲେ। ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର ପୋଲିଟବ୍ୟୁରୋର ପୂର୍ବତନ ସଦସ୍ୟ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ୨୦୦୨ରୁ ୨୦୧୧ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିଲେ । ଏକ ବୟାନରେ ସେ କହିଛନ୍ତି, ‘ମୁଁ ପଦ୍ମ ଭୂଷଣ ପୁରସ୍କାର ବାବଦରେ ଜାଣିନାହିଁ, କେହି ମୋତେ ଏ ବିଷୟରେ ଜଣାଇ ନାହାନ୍ତି । ଯଦି ମୋତେ ପଦ୍ମ ଭୂଷଣରେ ସମ୍ମାନିତ କରାଯାଥାନ୍ତା, ତେବେ ମୁଁ ଏହାକୁ ଅସ୍ୱିକାର କରିଥାନ୍ତି’।

Leave a comment