କୁହୁଡି ସାଜିଲା ବାଧକ, ଅବତରଣ କରିପାରିଲାନି ବିମାନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୁହୁଡି ସାଜିଲା ବାଧକ। ଫଳରେ ଭୁବନେଶ୍ବର ବିମାନ ବନ୍ଦରରେ ଅବତରଣ କରିପାରିଲାନି ଇଣ୍ଡିଗୋ ବିମାନ । ପ୍ରକାଶ ଯେ, ଉକ୍ତ ରାୟପୁରକୁ ଇଣ୍ଡିଗୋ ବିମାନଟିକୁ ଡାଇଭର୍ଟ କରାଯାଇଛି । ଦିଲ୍ଲୀରୁ ଭୁବନେଶ୍ବରକୁ ଇଣ୍ଡିଗୋ ବିମାନ ୨୧୭୮ ଆସୁଥିଲା । ଏ ନେଇ ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।