କରୋନା ମୁକାବିଲା ପାଇଁ SCB ସମ୍ପୂର୍ଣ୍ଣ ପ୍ରସ୍ତୁତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୋଭିଡ୍ ମୁକାବିଲା ନେଇ SCB ପ୍ରିନ୍ସିପାଲ ଡା.ଦତ୍ତେଶ୍ବର ହୋତା ଏବଂ ସୁପରିଟେଣ୍ଡଣ୍ଟ ଡା.ଲୁସି ଦାସ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି, କରୋନା ମୁକାବିଲା ପାଇଁ SCB ସମ୍ପୂର୍ଣ୍ଣ ପ୍ରସ୍ତୁତ । କୋଭିଡ୍ ରୋଗୀଙ୍କ ପାଇଁ ୬୦୦ ବେଡ୍ ମହଜୁଦ ରହିଛି । ୧୪୦ଟି ଆଇସିୟୁ ପ୍ରସ୍ତୁତ ଅଛି । ବର୍ତ୍ତମାନ ୧୦୦ରୁ ୧୧୦ କୋଭିଡ୍ ଆକ୍ରାନ୍ତ ଚକିତ୍ସିତ ହେଉଛନ୍ତି । କରୋନାରେ ଆକ୍ରାନ୍ତ କିଡନୀ ରୋଗୀଙ୍କ ପାଇଁ ଡାଇଲିସିସ୍‌ ସୁବିଧା ଯୋଗାଇ ଦିଆଯାଉଛି । ସର୍ଜରୀ ୱାର୍ଡରେ ମଧ୍ୟ କୋଭିଡ୍ ରୋଗୀଙ୍କ ସ୍ବତନ୍ତ୍ର ସର୍ଜରୀ କରାଯାଉଛି । ଚଳିତ କୋଭିଡ୍ ଲହରରେ କିଛି ଡାକ୍ତର ପ୍ରଭାବିତ ହୋଇଥିଲେ । ତେବେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ।

ଓପିଡିରେ ଦୈନିକ ୧୪୦ରୁ ୧୮୦ ରୋଗୀ ଆସୁଛନ୍ତି । ରୋଗୀଙ୍କୁ ଅନୁରୋଧ ନିହାତି ଦରକାର ଥିଲେ ହସ୍ପିଟାଲ ଆସନ୍ତୁ ବୋଲି କୁହାଯାଇଛି ।

Leave a comment