ଡିଭାଇଡରରେ କାର ପିଟି ହୋଇ ୭ ଜଣ ମୃତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଡିଭାଇଡରରେ ପିଟିହେଲା କାର । ଲିଭିଗଲା ୭ ନିରୀହ ଜୀବନ ଦୀପ । ଏଭଳି ହୃଦୟ ବିଦରକ ଦୁର୍ଘଟଣା କର୍ଣ୍ଣାଟକର ଦାବନଗେରେ ଅଞ୍ଚଳରେ ଘଟଣା ଘଟିଛି ।
ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ଏକ କାର୍ ଜାତୀୟ ରାଜପଥ ୫୦ ଦେଇ କଲାକାଟେ ଅଭିମୁଖେ ଯାଉଥିଲା । ତେବେ ଦାବନଗେରେ ରେ କାରଟି ହଠାତ ଡିଭାଇଡରରେ ପିଟି ହୋଇ ଯାଇଥିଲା । କାର ଟି ଦ୍ରୁତ ଗତି ଥିବାରୁ ଡ୍ରାଇଭର ନିୟନ୍ତ୍ରଣ ହରାଇ ଡିଭାଇଡରରେ ଏହାକୁ ପିଟି ଦେଇଥିଲା ।
ପୋଲିସର ସୂଚନାନୁସାରେ, ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ୬ ଜଣ ପ୍ରାଣ ହରାଇଥିଲେ । ଅନ୍ୟ ଜଣେ ହସ୍ପିଟାଲ ନେବା ବାଟରେ ପ୍ରାଣ ହରାଇଥିଲେ । ସମସ୍ତ ମୃତକ ୟଦଗିର ଜିଲ୍ଲା ଶାହାପୁର ଅଞ୍ଚଳର ବୋଲି ଜଣାପଡିଛି ।