ଭଗବାନ ଶିବଙ୍କ ଫଟୋକୁ ଘରର ଏହି ଦିଗରେ ରଖନ୍ତୁ ନାହିଁ, ନଚେତ୍‌ ବଡ଼ ସଙ୍କଟ ଆସିପାରେ

0

ଆମ ସମସ୍ତଙ୍କ ଘରେ ପୂଜା ଘର ରହିଛି। କେବଳ ଘରେ ନୁହେଁ ବରଂ କାମ କରୁଥିବା ସ୍ଥାନରେ ମଧ୍ୟ ଆମେ ଠାକୁରଙ୍କୁ ରଖିଥାଉ। ବିଶ୍ୱାସ ରହିଛି ଯେ, ଏହା ଦ୍ୱାରା ଭଗବାନ ଆମ ସହ ରୁହନ୍ତି। ତାଙ୍କ ଆଶିର୍ବାଦ ସର୍ବଦା ଆମ ଉପରେ ରହିଥାଏ । ଏମିତି କରିବା ଦ୍ୱାରା ସକାରାତ୍ମକ ଉର୍ଜା ମିଳିଥାଏ। ପୂଜା-ପାଠ, ଆଳତୀ ଆଦି ଘରକୁ ନକରାତ୍ମକ ଉର୍ଜାରୁ ମୁକ୍ତି ଦିଏ।ଆମେ ଘର ତିଆରି କରିବା ସମୟରେ ସବୁ ଦିଗକୁ ଲକ୍ଷ୍ୟ କରି ରୁମ ତିଆରି କରାଯାଏ। ସେହିପରି ଠାକୁରଙ୍କ ଘର ମଧ୍ୟ ସଠିକ ଦିଗରେ କରାଯାଏ। ବାସ୍ତୁ ଦୋଷରୁ ମୁକ୍ତି ପାଇଁ ଏଭଳି ନିୟମ ରହିିଛି। କିନ୍ତୁ ଭଗବାନଙ୍କ ଫଟୋ ଓ ମୂର୍ତ୍ତିକୁ ନେଇ ମଧ୍ୟ ଅନେକ ନିୟମ ରହିଛି। ଯାହା ହୁଏତ ପ୍ରାୟ ଜଣଙ୍କୁ ଜଣାନଥାଏ।

ମନେ ରଖନ୍ତୁ, ଭଗବାନଙ୍କ ଭୁଲ ଫଟୋ କିମ୍ବା ମୂର୍ତ୍ତି ଘରେ ରଖନ୍ତୁ ନାହିଁ। ଏହାଦ୍ୱାରା ବହୁତ ବଡ଼ ବିପଦ ଆସିପାରେ। ସୃଷ୍ଟି ରଚୟିତା ଭଗବାନ ବ୍ରହ୍ମା ଓ ସଂହାରକର୍ତ୍ତା ଭଗବାନ ଶିବଙ୍କ ଫଟୋ ଭୁଲ ଭାବେ ରହିଲେ ଅନେକ ଭାରି ସମସ୍ୟା ଆଣିପାରେ। ଆଜି ଆମେ ଭଗବାନ ଶିବଙ୍କ ଫଟୋ ରହିବାର ଉଚିତ ସ୍ଥାନ ଓ ଏହାର ପ୍ରଭାବ ସମ୍ପର୍କରେ ଆପଣଙ୍କୁ କହିବୁ।ଘରେ ଶିବଙ୍କର କୃପା ଥିଲେ ପୁରା ଜୀବନ ଭଲରେ କଟିଥାଏ ବୋଲି ବିଶ୍ୱାସ ରହିଛି। ସମସ୍ୟା ଆସିଲେ ବି ସମାଧାନ ହୋଇଯାଏ। ଘରେ ସୁଖ ସମୃଦ୍ଧି ବଜାୟ ରୁହେ। ଶିବଙ୍କ ପରିବାରର ଫଟୋ ଲଗାଇଲେ ଆପଣଙ୍କ ପରିବାରରେ ମଧ୍ୟ ଭଲ ପାଇବା ସ୍ନେହ ଶ୍ରଦ୍ଧା ରୁହେ। ପିଲା ସଂସ୍କାରୀ ହୋଇଥାନ୍ତି। କିନ୍ତୁ ଭଗବାନଙ୍କ ଫଟୋକୁ ଭୁଲ ଦିଗରେ ଲଗାଇବା ଦ୍ୱାରା ଅନେକ ଖରାପ ଘଟଣା ଜୀବନରେ ଘଟିଥାଏ। ରୌଦ୍ର ରୂପର ଫଟୋ ଯଦି ଭୁଲ ଦିଗରେ ଲାଗିଥାଏ ତେବେ ଜୀବନ ପୁରା ସଙ୍କଟ ଦେଇ ଗତିକରେ। ତେଣୁ ଏଥିପାଇଁ କିଛଇ ନିୟମ ରହିଛି ତାକୁ ମାନନ୍ତୁ।

– ଘରେ ଭଗବାନ ଶିବଙ୍କ ଫଟୋକୁ ଏମିିତି ଦିଗରେ ଲଗାନ୍ତୁ ଯେପରି ଘରର ସବୁ ଲୋକ ସେହି ଫଟୋକୁ ଦେଖିପାରିବେ। ଏହାଦ୍ୱାରା ସମ୍ପର୍କ ମଜବୁତ ହୁଏ।
– ଭଗବାନ ଶିବଙ୍କ ଫଟୋକୁ ଉତ୍ତର ଦିଗରେ ଲଗାନ୍ତୁ । ଯାହାକୁ ବହୁତ ଶୁଭ ମନାଯାଏ। କାରଣ ଭଗବାନ କୈଳାସ ନିବାସୀ ଏବଂ କୈଳାସ ପର୍ବତ ଉତ୍ତରରେ ରହିଛି।
– ଶିବଙ୍କର ମୂର୍ତ୍ତି ବା ଫଟୋକୁ ଠିଆ ହେବା ମୁଦ୍ରାରେ କିମ୍ବା ରୌଦ୍ର ରୂପରେ ରଖନ୍ତୁ ନାହିଁ। ଏହା ଘରେ ବିନାଶକୁ ନିମନ୍ତ୍ରଣ କରିଥାଏ।
– ସବୁଠୁ ଭଲ ହେଉଛି ଖୁସି ଥିବା ମୁଦ୍ରାରେ ଭଗବାନଙ୍କ ଫଟୋକୁ ରଖନ୍ତୁ। ଏହା ଅତ୍ୟନ୍ତ ଶୁଭ ମନାଯାଏ। ଏହାଦ୍ୱାରା ଘରେ ଖୁସିର ଆଗମନ ହୁଏ।
– ଏହାସହ ଭଗବାନ ରହିଥିବା ସ୍ଥାନକୁ ସଫା ରଖିବା ଉଚିତ। କାରଣ ଭଗବାନଙ୍କୁ ଅଳିଆ ପସନ୍ଦ ନୁହେଁ।

SOA Festival
Leave a comment