ପ୍ରତାପ ଜେନା ଗାଡ଼ିକୁ ଅଣ୍ଡା ମାଡ଼

0

ବିରୋଧୀ କଂଗ୍ରେସ ଓ ବିଜେପି ପକ୍ଷରୁ ଆଜି ଆଇନ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ କେନ୍ଦ୍ରପଡ଼ାରେ ବିରୋଧ ପ୍ରଦର୍ଶନ ହୋଇଛି । ମନ୍ତ୍ରୀଙ୍କୁ ଅଣ୍ଡା ମାଡ ଓ କଳାପତାକା ପ୍ରଦର୍ଶନ କରାଯାଇଛି । ଆଜି ଅପରାହ୍ଣରେ ମନ୍ତ୍ରୀ ପ୍ରତାପ ଜେନା କେନ୍ଦ୍ରାପଡା ଗସ୍ତରେ ଯାଇଥିଲେ । କେନ୍ଦ୍ରାପଡ଼ା ସର୍କିଟ ହାଉସକୁ ଯିବା ବେଳେ ଲ’କଲେଜ ଛକରେ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଥିଲା । ଏପରି କି ତାଙ୍କ ଗାଡି ଉପରକୁ ଅଣ୍ଡା ମାଡ଼ କରାଯାଇଥିଲା । ଏହି ଘଟଣାରେ ପୋଲିସ ଏକାଧିକ କଂଗ୍ରେସକର୍ମୀଙ୍କୁ ଅଟକ ରଖିଛି ।

Leave a comment