ବିଜେଡି ଛାଡିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେଡି ବିଧାୟକ ସଂଜୀବ ସାହୁ ବିଜେଡି ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିବା କହିଛନ୍ତି । ସେ ପୂର୍ବରୁ ୪ ଥର ବିଧାୟକ ରହି ସାରିଥିବା କହିଛନ୍ତି । ୨ ଥର ବୀରମହାରାଜପୁର ଏବଂ ୨ ଥର ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇ ଦୁଇ ଥର ମନ୍ତ୍ରୀ ମଧ୍ୟ ହୋଇଥିଲେ । ୨୦୦୩ ଉପ ନିର୍ବାଚନରେ ବୀରମହାରାଜପୁର ଏବଂ ୨୦୦୪ରେ ବୀରମହାରାଜପୁର ବିଧାୟକ ହୋଇଥିଲେ । ୨୦୦୬ରେ ବିଜ୍ଞାନ କାରିଗରୀ, ଗଣଶିକ୍ଷା ମନ୍ତ୍ରୀ ସ୍ବାଧୀନ ଭାବେ ଏବଂ ୨୦୦୯ରେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରୁ ଜିତିଥିଲେ ଏବଂ ପରିବହନ ମନ୍ତ୍ରୀ ହୋଇଥିଲେ। ୨୦୧୪ରେ ମଧ୍ୟ ସେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରୁ ଜିତି ବିଧାୟକ ହୋଇଥିଲେ । ସେ କେଉଁ ଦଳରେ ମିଶିବେ ତାହା ସ୍ପଷ୍ଟ କରି ନାହାନ୍ତି। ଆଗାମୀ ସମୟରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି।