ଗୋଲ୍ଡେନ୍ ବୟ ନୀରଜ ଚୋପ୍ରାକୁ ୧ କୋଟିର ଅର୍ଥ ରାଶି ଦେଇ ସମ୍ମାନିତ କଲା CSK
ଟୋକିଓ ଅଲିମ୍ପିକ୍ କ୍ରୀଡାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଗୋଲ୍ଡେନ୍ ବୟ ନିରଜ ଚୋପ୍ରାଙ୍କୁ ୧ କୋଟି ଟଙ୍କା ପୁରସ୍କାର ଦେଇ ସମ୍ମାନିତ କରିଛି ଚେନ୍ନାଇ ସୁପର କିଙ୍ଗସ (ସିଏସକେ) । ରବିବାର ଦିନଆଇପିଏଲ ଫ୍ରାଞ୍ଚାଇଜର ଚେନ୍ନାଇ ସୁପର କିଙ୍ଗସ କ୍ରିକେଟ ଲିମିଟେଡ ପକ୍ଷରୁ ୧ କୋଟି ଟଙ୍କା ସହିତ ୮୭୫୮ ନମ୍ବର ଲେଖା ଥିବା ଏକ ଜର୍ସି ମଧ୍ୟ ଉପହାର ଦେଇଛି । କାରଣ ନିରଜ ଚୋପ୍ରା ୮୭.୫୮ ମିଟର ଜାଭେଲିନ ଥ୍ରୋ କରି ସ୍ୱର୍ଣ୍ଣ ପଦକ ଅର୍ଜନ କରିଥିଲେ ।
ନେଇ ଏକ ପ୍ରେସ ବିଜ୍ଞପ୍ତିରେ ସିଏସକେର ମୁଖ୍ୟ କାର୍ଯ୍ୟନିର୍ବାହୀ କହିଛନ୍ତି ଯେ, ନିରଜ ଚୋପ୍ରାଙ୍କର ଏହି ସଫଳତା ପାଇଁ ସମଗ୍ର ଦେଶ ଆଜି ଗର୍ବିତ । ସେହିପରି ଆଗାମୀ ପିଢ଼ିର ଖେଳାଳୀଙ୍କ ପାଇଁ ସେ ବଡ ପ୍ରେରଣାର ଉତ୍ସ ପାଲଟିଛନ୍ତି । ସେ ୮୭.୫୮ ମିଟର ଜାଭେଲିନ ଥ୍ରୋ କରି ସ୍ୱର୍ଣ୍ଣ ପଦକ ଜିତିବା ଭାରତୀୟ କ୍ରୀଡା ଇତିହାସରେ ସବୁଦିନ ପାଇଁ ଚିର-ସ୍ମରଣୀୟ ହୋଇ ରହିବ । ତେଣୁ ତାଙ୍କୁ ସମ୍ମାନିତ କରି ଆମେ ଗର୍ବ ଅନୁଭବ କରୁଛୁ । ସେହିପରି ନିରଜ୍ ଚୋପ୍ରା କହିଛନ୍ତି ଯେ, ଗତ ଦୁଇ ମାସ ଧରି ମୁଁ ନିଜକୁ ସ୍ପେଶାଲ ତଥା ନିଆରା ଅନୁଭୂତି ଅନୁଭବ କରିବା ସୁଯୋଗ ପାଇଥିବାରୁ ଅତି ଖୁସି ମନେ କରୁଛି । ଏହା ସହ ସେ ସୋସିଆଲ ମିଡିଆରେ ତାଙ୍କର ଏହି ଫଟୋ ସେୟାର କରିଛନ୍ତି । ଯାହା ଏବେ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି ।