ଆରମ୍ଭ ହେଲା ‘କୃଷି ଉଡ଼ାଣ 2.0’, ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଲେ- ଏବେ ୨ ଗୁଣା ହେବ ଚାଷୀଙ୍କ ଆୟ

0

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ବୁଧବାର ତାଙ୍କ ମନ୍ତ୍ରାଳୟ ‘କୃଷି ଉଡ଼ାଣ-୨.୦’ ପ୍ରଚଳନ କରିଥିବା ଗଣମାଧ୍ୟମକୁ କହିଛନ୍ତି। ଦେଶରେ ଚାଷୀଙ୍କ ଆୟ ଦୁଇଗୁଣା କରିବା ଉଦ୍ଦେଶ୍ୟରେ ଏହି ଯୋଜନା ହାତକୁ ନିଆଯାଇଥିବା ସେ କହିଛନ୍ତି। ଯୋଜନାରେ ବିଶେଷ କରି ଜଲଦି ଖରାପ ହେବା ଭଳି କୃଷି ଉତ୍ପାଦନକୁ ଉଚିତ ସମୟରେ ଦେଶର ଦୂର ଦୂରାନ୍ତ ବଜାରରେ ପହଞ୍ଚାଇ ଲୋକଙ୍କ ଆବଶ୍ୟକତା ପୂରଣ କରିବା ସହ ଚାଷୀଙ୍କୁ ସେମାନଙ୍କ ଉତ୍ପାଦନର ଉଚିତ ମୂଲ୍ୟ ମିଳିପାରିବ ବୋଲି ସିନ୍ଧିଆ କହିଛନ୍ତି।
ସେ କହିଛନ୍ତି ଯେ ଚାଷୀଙ୍କ ଆୟ ଦୁଇଗୁଣା କରିବାର ଅର୍ଥ ନୁହେଁ କେବଳ ସେମାନଙ୍କ ଉପଜର ବଜାର ମୂଲ୍ୟ ବୃଦ୍ଧି କରିବା। ଉଚିତ ସମୟରେ ଉଚିତ ବଜାରରେ ସେମାନଙ୍କ ଉତ୍ପାଦନ ପହଞ୍ଚିପାରିଲେ ଉଚ୍ଚ ମୂଲ୍ୟ ମଧ୍ୟ ମିଳିପାରିବବୋଲି କହିଛନ୍ତି। ଏଥିରେ ବେବିକର୍ଣ୍ଣ ଲାଗି ଅମୃତସର-ଦୁବାଇ, ଲିଚି ପାଇଁ ଦରଭଙ୍ଗା-ଅଲଇଣ୍ଡିଆ, ଅର୍ଗାନିକ ଉତ୍ପାଦ ଲାଗି ସିକ୍କିମ-ଅଲଇଣ୍ଡିଆ, ସି ଫୁଡ ଲାଗି ଚେନ୍ନାଇ-ଭାଇଜାଗ-କୋଲକାତାରୁ ସୁଦୂର ପୂର୍ବ, ସପୁରି ଲାଗି ଅଗରତାଲା-ଦିଲ୍ଲୀ-ଦୁବାଇ, ମାନ୍ଦାରିନ କମଳା ଲାଗି ଦିବ୍ରୁଗଡ଼-ଦିଲ୍ଲୀ-ଦୁବାଇ ଆଦି ଗନ୍ତବ୍ୟ ଚିହ୍ନଟ ହୋଇଛି।
ଏହି ଯୋଜନାରେ ୮ଟି ସରକାରୀ ମନ୍ତ୍ରାଳୟ ଏକ ସଙ୍ଗରେ କାମ କରୁଥିବା ସିନ୍ଧିଆ କହିଛନ୍ତି। ମୂଲ୍ୟ ଶୃଙ୍ଖଳାରେ ଆମ ଦେଶର ଚାଷୀଙ୍କୁ ଆଗକୁ ନେବା, ସେମାନଙ୍କ ଉତ୍ପାଦ ବିଶେଷ କରି ଜଲଦି ଖରାପ ହେଉଥିବା ସାମଗ୍ରୀକୁ ଉଚିତ ସମୟରେ ବଜାର ପର୍ଯ୍ୟନ୍ତ ପହଞ୍ଚାଇବାକୁ ଆମେ ପ୍ରତିଶ୍ରୁତି ବଦ୍ଧ ବୋଲି ସେ କହିଛନ୍ତି। ଫଳରେ ଭାରତୀୟ କୃଷି ଉତ୍ପାଦ ନୂଆ ବଜାର ପାଇବା ସହ ଚଷୀ ମଧ୍ୟ ବେଶ ଦୁଇ ପଇସା ଲାଭ କରିପାରିବେ ବୋଲି କହିଛନ୍ତି ସିନ୍ଧିଆ।

Leave a comment