ଜଗନ୍ନାଥ ଦର୍ଶନ ପାଇଁ ଯିବେ ମୁକେଶ ଅମ୍ବାନୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରବିବାରଠାରୁ ସ୍ମାର୍ଟସିଟିରେ ଆରମ୍ଭ ହୋଇଛି ମେକଇନ୍ ଓଡିଶା କନକ୍ଲେଭ୍ । ଏଥିରେ ଦେଶବିଦେଶର ବହୁ ଶିଳ୍ନଦ୍ୟୋଗୀ ଓ ରାଷ୍ଟଦୂତମାନେ ଯୋଗଦେବାକୁ ଥିବା ବେଳେ ଭାରତର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ତାଙ୍କ ପୁଅ ଅନନ୍ତ ଅମ୍ବାନୀ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିବା ଅବସରରେ ମୁକେଶ ଅମ୍ବାନୀ ପୁରୀ ଯାଇ ଜଗନ୍ନାଥ ଦର୍ଶନ କରିବେ । ସେ ପ୍ରଥମ ଥର ଶ୍ରୀମନ୍ଦିରକୁ ଦର୍ଶନ ଲାଗି ଆସୁଥିବା ତାଙ୍କ କୌଳିକ ପଣ୍ଡା ରଘୁନାଥ ଗୋଚ୍ଛିକାର କହିଛନ୍ତି । ମୁକେଶଙ୍କ ସହ ରହି ତାଙ୍କୁ ମନ୍ଦିର ଦର୍ଶନ କରାଇବାକୁ ରଘୁନାଥ ଜିଲ୍ଲା ପ୍ରଶାସନଠାରୁ ଅନୁମତି ମାଗିଥିବା ଜଣାପଡିଛି ।
ତେବେ ଅନନ୍ତ ଅମ୍ବାନୀ ସୋମବାର ପୂର୍ବାହ୍ନରେ ସଡକ ପଥରେ ପୁରୀ ଆସି ଶ୍ରୀମନ୍ଦିରକୁ ଯିବାର କାର୍ଯ୍ୟକ୍ରମ ରହିଛି । ମୁକେଶ ଅମ୍ବାନୀ ହେଲିକାପ୍ଟର ଯୋଗେ ଆସି ତାଳ ବଣିଆ ହେଲିପ୍ୟାଡରେ ଓହ୍ଲାଇାବା ପରେ ଶ୍ରୀମନ୍ଦିରକୁ ଯିବେ । ଆଗକୁ ମୁକେଶ ଅମ୍ବାନୀଙ୍କ ଝିଅ ଇଶାଙ୍କର ବାହାଘର ଥିବାରୁ ସେ ବାହାଘର କାର୍ଡ ମହାପ୍ରଭୁଙ୍କୁ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କିନ୍ତୁ କାର୍ଡ ଦେବା ସମ୍ପର୍କରେ ପ୍ରଶାସନ ନିକଟରେ କୌଣସି ସୂଚନା ନାହିଁ ।