ପାଣିପାଗ ବଦଳରେ ନ୍ୟୁଜ୍ ଚ୍ୟାନେଲରେ ଚାଲିଲା ଅଶ୍ଳୀଳ ଭିଡିଓ, ବେଫିକର ପଢି ଚାଲିଲେ ଉପସ୍ଥାପିକା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜିର ସମୟରେ, ଦେଶ ତଥା ବିଶ୍ୱର ଖବର ଜାଣିବା ପାଇଁ ଲୋକମାନେ ନ୍ୟୁଜ୍ ଚ୍ୟାନେଲ ଉପରେ ନିର୍ଭର କରନ୍ତି। ନ୍ୟୁଜ୍ ଚ୍ୟାନେଲଗୁଡିକ ମଧ୍ୟ ପ୍ରତ୍ୟେକ ସମ୍ବାଦକୁ ସେମାନଙ୍କ ଦର୍ଶକଙ୍କୁ ପ୍ରଥମେ ଦେଖାଇବାକୁ ଚେଷ୍ଟା ଜାରି ରଖନ୍ତି। ଏହି ସମୟରେ, ଲାଇଭ୍ ଟେଲିକାଷ୍ଟରେ ଅନେକ ଥର ଏପରି ଘଟଣା ଘଟିଯାଏ, ଯାହା ସିଧାସଳଖ ପ୍ରସାରିତ ହୋଇଯାଏ। ଏହାର ଏକ ଉଦାହରଣ ନିକଟରେ ଆମେରିକାର ନ୍ୟୁଜ୍ ଚ୍ୟାନେଲରେ ଦେଖିବାକୁ ମିଳିଛି। ୱାଶିଂଟନ୍ର KREM ନ୍ୟୁଜ୍ ଚ୍ୟାନେଲରେ ଆଙ୍କର୍ ପାଣିପାଗ ରିପୋର୍ଟ ପଢୁଥିବାବେଳେ ହଠାତ୍ ପଛ ସ୍କ୍ରୀନ୍ରେ ପର୍ଣ୍ଣ ଫିଲ୍ମ ଚାଲିବାକୁ ଲାଗିଲା। କିନ୍ତୁ ଏହାକୁ ଜାଣି ନ ଥିବା ଆଙ୍କର ପାଣିପାଗର ଅବସ୍ଥାକୁ ଆରାମରେ କହି ଚାଲିଲେ।
ଏହି ପାଣିପାଗ ରିପୋର୍ଟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଆଙ୍କର୍ ପଛ ସ୍କ୍ରିନ୍ରେ ଅଶ୍ଳୀଳ ଫିଲ୍ମ ଚାଲୁଥିବାର ଦେଖିବାକୁ ମିଳିଛି। ପରଦାରେ ଥିବା ଦୁଇଟି ଆଙ୍କରଙ୍କ ମଧ୍ୟରୁ ଜଣେ ପାଣିପାଗ ସ୍ଥିତିକୁ ପଚାରିଛନ୍ତି ଏବଂ ଅନ୍ୟ ଜଣକ ଆଙ୍କର ରିପୋର୍ଟ ପଢିବା ଆରମ୍ଭ କରିଛନ୍ତି। କିନ୍ତୁ ହଠାତ୍ ମଝିରେ ଅଶ୍ଳୀଳ କ୍ଲିପ୍ ତାଙ୍କ ପଛ ସ୍କ୍ରୀନ୍ରେ ଚାଲିବାକୁ ଲାଗିଛି। କିନ୍ତୁ ଆଙ୍କର ଜଣଙ୍କ ଏହା ବିଷୟରେ ଅଜ୍ଞାତ ଥିବାରୁ ସେ ରିପୋର୍ଟ ପଢି ଚାଲିଛନ୍ତି।
ତେବେ ଭିଡିଓଟି ପ୍ରସାରଣ ହେବାର କିଛି ଘଣ୍ଟା ପରେ ନ୍ୟୁଜ୍ ଚ୍ୟାନେଲ ଏଥିପାଇଁ କ୍ଷମା ମାଗିଛି। ରାତିର ନ୍ୟୁଜ୍ ବୁଲେଟିନ୍ ସମୟରେ ଆଙ୍କର ଘଟଣାକୁ ଲଜ୍ଜାଜନକ କହି କ୍ଷମା ମାଗିଛନ୍ତି। ଭବିଷ୍ୟତରେ ଏପରି ଘଟଣା ନଘଟିବା ପ୍ରତି ଧ୍ୟାନ ଦିଆଯିବ ବୋଲି କହିଛନ୍ତି। ଏହା ପରେ ସ୍ପୋକେନ୍ ସିଟି ପୋଲିସ ବିଭାଗ ମଧ୍ୟ ଏ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି। ସେ କହିଛି ଯେ ଏହି ଘଟଣା ଲଜ୍ଜାଜନକ ଏବଂ ଏହାର ତଦନ୍ତ କରାଯାଉଛି। ସାଇବର ଅପରାଧୀମାନେ ଏହା ପଛରେ ଅଛନ୍ତି ନା ନ୍ୟୁଜ୍ ଚ୍ୟାନେଲରେ କେହି ଏହି ଘଟଣା କରିଛନ୍ତି ତାହା ଜାଣିବା ପାଇଁ ଚେଷ୍ଟା କରାଯାଉଛି।