ଭବାନୀପୁରରେ ମମତାଙ୍କ ବିଜୟ, ବିଜେପି ନିରାଶ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭବାନୀପୁରରେ ମମତାଙ୍କ ବିଜୟ । ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ମାତ୍ ଦେଇ ମହାବିଜୟ ହାସଲ କରିଛନ୍ତି ମମତା ବାନାର୍ଜୀ। ପ୍ରାୟ ୫୮ ହଜାରରୁ ଅଧିକ ଭୋଟରେ ବିଜେପି ପ୍ରାର୍ଥୀଙ୍କୁ ହରାଇ ଦିଦି ଦମଦାର ବିଜୟ ହାସଲ କରିଛନ୍ତି । ଏହି ବିଜୟ ମମତାଙ୍କ ପାଇଁ ଅନେକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଥିଲା । କାରଣ ଏହି ଆସନ ମାଧ୍ୟମରେ ନିଜ ମୁଖ୍ୟମନ୍ତ୍ରୀ ପଦ ବଞ୍ଚାଇବା ପାଇଁ ମମତାଙ୍କ ପାଖରେ ଶେଷ ସୁଯୋଗ ରହିଥିଲା । ଏହାଛଡା ଭବାନୀପୁର ଆସନରେ ବିଜୟ ସହ ମମତା ବିଜେପିକୁ ମଧ୍ୟ କଡା ଜବାବ ଦେଇଛନ୍ତି । ୩୦ ତାରିଖରେ ଭବାନୀପୁର ଉପ-ନିର୍ବାଚନ ପାଇଁ ମତଦାନ ହୋଇଥିଲା । ଆଉ ଏହି ଉପ-ନିର୍ବାଚନରେ ମମତା ନିଜର ରାଜନୈତିକ ଭାଗ୍ୟ ପରୀକ୍ଷା କରିଥିଲେ । ମମତାଙ୍କ ପାଇଁ ଏହି ନିର୍ବାଚନ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । କାରଣ ନିର୍ବାଚନର ଫଳାଫଳ ମମତାଙ୍କ ସପକ୍ଷରେ ନ ଯାଇଥିଲେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଥାନ୍ତା ।

Leave a comment