ଧରାପଡ଼ିଲା ସୁନ୍ଦରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଆତଙ୍କ ସୃଷ୍ଟି କରିଥିବା ବାଘୁଣୀ ‘ସୁନ୍ଦରୀ’ କୁ ଆଜି ଟ୍ରାଙ୍କୁଲାଇଜ କରାଯାଇଛି । ଚନ୍ଦକା ହାତୀ ଯଶୋଦା ସହାୟତାରେ ସୁନ୍ଦରୀକୁ କାବୁ କରିଛି ବନ ବିଭାଗ । ଦୁଇ ସପ୍ତାହ ଧରି ବନବିଭାଗକୁ ନାକେଦମ କରିବା ପରେ ଶେଷରେ ସୁନ୍ଦରୀ ବନ ବିଭାଗ ହାବୁଡ଼ରେ ପଡିଛି । ସୁନ୍ଦରୀକୁ ଟ୍ରଙ୍କୁଲାଇଜ କରିବା ପରେ ତାକୁ ରାଇଘରକୁ ନିଆଯାଉଛି । ପରେ ତାକୁ ନନ୍ଦନକାନନ ଅଣାଯିବ ।
ସୂଚନା ଅନୁଯାୟୀ, ସାତକୋଶିଆରେ ବ୍ୟାଘ୍ର ବଂଶ ବୃଦ୍ଧି ନିମନ୍ତେ ବାନ୍ଧବଗଡ଼ରୁ ସୁନ୍ଦରୀକୁ ଅଣାଯାଇଥିଲା । ଦେଢ଼ ମାସ ଧରି ଏନ୍କ୍ଲୋଜରରେ ରଖିବା ପରେ ତାକୁ ଜଙ୍ଗଲରେ ଛଡ଼ା ଯାଇଥିଲା । କିନ୍ତୁ ସୁନ୍ଦରୀ ହିଂସ୍ର ହୋଇ ଗାଁ ମୁହାଁ ହୋଇଥିଲା । ୨ମଣିଷ ଓ ଗୋଟିଏ ବାଛୁରୀକୁ ବାଘୁଣୀ ମାରିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହାପରେ ସୁନ୍ଦରୀକୁ ଧରି ନନ୍ଦନକାନନରେ ଛଡା ଯିବା ପାଇଁ ସ୍ଥିର କରାଯାଇଥିଲା ।