ଆମେରିକାର ଦୂତାବାସର ଆଲର୍ଟ: ତୁରନ୍ତ ଛାଡ କାବୁଲ ବିମାନବନ୍ଦର, ନଚେତ୍ ହୋଇପାରେ ପୁନଃ ଆକ୍ରମଣ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କାବୁଲ ବିମାନବନ୍ଦରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ବଢିବାରେ ଲାଗିଛି ଆଶଙ୍କା । କାବୁଲରେ ଫସି ରହିଥିବା ନାଗରିକଙ୍କ ପାଇଁ ଆମେରିକା ଏକ ନୂଆ ପରାମର୍ଶ ଜାରି କରିଛି । ଆମେରିକାର ଦୂତାବାସ ସେମାନଙ୍କର ନାଗରିକମାନଙ୍କ ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ବିମାନବନ୍ଦର ଛାଡିବାକୁ ନିର୍ଦ୍ଦେଶ ଦେଇଛି । କାରଣ ପୁଣିଥରେ ବିମାନବନ୍ଦରରେ ଆକ୍ରମଣ ଆଶଙ୍କା ଦେଖାଦେଇଛି ।

ଏବେ ଆମେରିକାର ଦୂତାବାସ ସେମାନଙ୍କର ନାଗରିକମାନଙ୍କୁ କାବୁଲ ବିମାନବନ୍ଦରକୁ ନଯିବାକୁ ବାରଣ କରିଛି । ଏହା ମଧ୍ୟ କୁହାଯାଇଛି ଯେ ଯେଉଁମାନେ ପୂର୍ବ, ଉତ୍ତର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ଦ୍ୱାରରେ ଅଛନ୍ତି ସେମାନେ ତୁରନ୍ତ ପଲାଇଆସିବା ଉଚିତ୍ । ସେମାନଙ୍କୁ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ କୁହାଯାଇଛି । ଏହାପୂର୍ବରୁ ଗୁରୁବାର ମଧ୍ୟ ଆମେରିକା, ଅଷ୍ଟ୍ରେଲିଆ ଏବଂ ବ୍ରିଟେନ ସେମାନଙ୍କ ନାଗରିକଙ୍କ ପାଇଁ ଏକ ସତର୍କ ସୂଚନା ଜାରି କରିଥିଲେ । ସେ ତାଙ୍କ ନାଗରିକମାନଙ୍କୁ କାବୁଲ ବିମାନବନ୍ଦରଠାରୁ ଦୂରରେ ରହିବାକୁ କହିଥିଲେ ।

କାବୁଲ ବିମାନବନ୍ଦରରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ସନ୍ଦେହ ପ୍ରକଟ କରାଯାଇଛି । ସୂଚନାଥାଉକି, ଗୁରୁବାର କାବୁଲରେ ଚାରିଟି ବିସ୍ଫୋରଣ ହୋଇଥିଲା । ସେଥିମଧ୍ୟରୁ ଏବେଯାଏଁ ୧୦୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିସହ ୧୪୩ ଜଣ ଆହତ ହୋଇଛନ୍ତି । ନିହତଙ୍କ ମଧ୍ୟରେ ୧୩ ଜଣ ଆମେରିକୀୟ ସୈନିକ ଥିଲେ । ଏହି ଆକ୍ରମଣ ପାଇଁ ଆଇଏସ୍-ଖୋରାସାନ୍ ଦାୟୀ ବୋଲି ଦାବି ହୋଇଥିଲା

Leave a comment