ସୋରିଷ ତେଲରେ କଣ ମିଶାଇ ଲଗାଇଲେ କେଶ ସମସ୍ୟା ହେବ ଦୂର ଜଣାନ୍ତୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଘରୋଇ ଉପଚାର କରି କେଶ ଝଡିବା ସମସ୍ୟାରୁ ପାଆନ୍ତୁ ମୁକ୍ତି । ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ଏହି ଘରୋଇ ଉପକରଣ ।
କେବଳ ୨ଟି ଜିନିଷ ସାହାଯ୍ୟରେ ଆମେ ଏହି ଘରୋଇ ଉପଚାର କୁ ପ୍ରସ୍ତୁତ କରି ପାରିବା । ସର୍ବ ପ୍ରଥମେ ସୋରିଷ ତେଲ ନିଅନ୍ତୁ । ଏହା କେଶ ପାଇଁ ଖୁବ ଉପକାରୀ ଅଟେ । ଏହା ସହ ସୋରିଷ ତେଲ ଆପଣଙ୍କ କେଶ ପାଇଁ ବହୁତ ଭଲ ହୋଇଥାଏ । ସୋରିଷ ତେଲ କେଶ ଜନିତ ସବୁ ସମସ୍ୟା ତଥା କେଶ ଝଡିବା, କେଶ ଫାଟିବା ଓ କେଶ ଶୁଷ୍କ ହେବା ସମସ୍ୟାକୁ ଦୂର କରିଥାଏ । ଦ୍ଵିତୀୟ ଜିନିଷଟି ହେଲା ମେଥି । ଏହା ଆମ କେଶ ପାଇଁ ବହୁତ ଲାଭଦାୟକ ହୋଇଥାଏ ।
ଏହା କେଶ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏହି ମେଥିର ଦାନାକୁ ଗ୍ରାଇଣ୍ଡରରେ ବାଟି ଏହାର ପାଉଡର ବନାଇ ନିଅନ୍ତୁ । ତା ପରେ ଏକ ପ୍ୟାନ ନେଇ ସେଥିରେ ଅଧ ତାଟିଆ ସୋରିଷ ତେଲ ନିଅନ୍ତୁ ।
ଏହା ପରେ କମ ଆଞ୍ଚରେ ଏହାକୁ ଗରମ କରନ୍ତୁ । ତେଲ ଗରମ ହେବା ପରେ ଅଧ ଚାମଚ ମେଥି ଗୁଣ୍ଡା ମିଶାନ୍ତୁ । ଏହି ପ୍ରକ୍ରିୟା ସମୟରେ ଗ୍ୟାସର ଆଞ୍ଚ କମ ରଖନ୍ତୁ । ଏହା ହଲ୍କା ମାଟିଆ ରଙ୍ଗ ହେବା ପର୍ୟ୍ୟନ୍ତ ଏହାକୁ ଚାମଚରେ ଗୋଳାନ୍ତୁ । ୩-୪ ମିନିଟ ପର୍ୟ୍ୟନ୍ତ କମ ଆଞ୍ଚଏ ଏହାକୁ ପ୍ରସ୍ତୁତ କରନ୍ତୁ । ଏହା ପରେ ଗ୍ୟାସକୁ ବନ୍ଦ କରି ଥଣ୍ଡା ହେବା ପାଇଁ ଛାଡି ଏହାକୁ ଏକ ଛଣା ମାଧ୍ୟମରେ ଛାଣି ଦିଅନ୍ତୁ । ଯେପରି ଭାବେ ଆପଣ ନିଜ କେଶରେ ତେଲ ଲଗାଇଥାନ୍ତି ଠିକ ସେହିପରି ଆପଣଙ୍କୁ ଏହାକୁ ନିଜ କେଶରେ ଲଗାଇବେ । ଏବଂ ୨-୫ ମିନିଟ ଭଲ ଭାବରେ ମାଲିସ କରନ୍ତୁ । କାରଣ ଏହା କରିବା ଦ୍ଵାରା ତେଲ ଆପଣଙ୍କ କେଶ ମୂଳକୁ ଭଲ ଭାବରେ ଯିବ । ଯାହା ଦ୍ଵାରା ଆପଣଙ୍କ କେଶ ଜନିତ ସମସ୍ୟା ଓ କେଶରେ ଥିବା ରୂପୀ ସମସ୍ୟା ଶେଷ ହୋଇଯିବ । ଯଦି ଆପଣ ଏହାକୁ ରାତି ସମୟରେ ଲଗାଉଛନ୍ତି ତେବେ ସକାଳୁ ଆପଣ କୌଣସି ବି ସମ୍ପୁ ସାହାଯ୍ୟରେ ଏହାକୁ ଧୋଇ ଦିଅନ୍ତୁ । ଯଦି ଆପଣ ଏହି ତେଲକୁ ଦିନ ସମୟରେ ବ୍ୟବହାର କରିବେ ତେବେ ୨-୩ ଘଣ୍ଟା ପରେ ଆପଣ କେଶ ଧୋଇ ପାରିବେ ।