କାର୍ଯ୍ୟରେ ଅବହେଳା ଏବଂ ହିତାଧିକାରୀଙ୍କୁ ହଇରାଣ କରୁଥିବାରୁ ନିଲମ୍ବିତ ହେଲେ IPO
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଣି ଜଣେ ସରକାରୀ ଅଧିକାରୀଙ୍କ ବିରୋଧରେ ‘ମୋ ସରକାର’ କାର୍ଯ୍ୟକ୍ରମରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ। ମୋ ସରକାର ମତାମତ ଆଧାରରେ ନିଲମ୍ବିତ ହେଲେ ଇଣ୍ଡଷ୍ଟ୍ରିଆଲ ପ୍ରମୋସନ ଅଫିସର। ବାଲେଶ୍ୱରର IPO ଆଲୋକ ନାୟକ ହେଲେ ନିଲମ୍ବିତ। କ୍ଷୁଦ୍ର ଶିଳ୍ପ ହିତାଧିକାରୀଙ୍କୁ ହଇରାଣ କରୁଥିଲେ IPO। ରିହାତି ପ୍ରଦାନରେ ହିତାଧିକାରୀଙ୍କୁ ହଇରାଣ କରୁଥିଲେ। ହିତାଧିକାରୀଙ୍କୁ ବାରମ୍ବାର ଅଫିସ ଆସିବା ପାଇଁ ବାଧ୍ୟ କରୁଥିଲେ। ତେବେ ଏନେଇ ଆଜି ମୋ ସରକାରରେ ମତାମତ ନେବା ବେଳେ ଆସିଥିଲା ଅଭିଯୋଗ। ସମସ୍ତ ଘଟଣା ବିଷୟରେ ଜାଣିବା ପରେ IPOଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ MSME ପ୍ରମୁଖ ସଚିବ। ନିଲମ୍ବନ ପରେ ଅଧିକ ତଦନ୍ତ କରିବେ MSME ଯୁଗ୍ମ ନିର୍ଦ୍ଦେଶକ।