୩ ଶିକାରୀଙ୍କୁ ବାନ୍ଧିଲା ବନ ବିଭାଗ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଢେଙ୍କାନାଳ ଜିଲ୍ଲା ଅଶ୍ଵଖୋଲା ସଂରକ୍ଷିତ ଜଙ୍ଗଲରୁ ବାରହା ଶିକାର କରି ମାଂସ କାଟି ବିକ୍ରି କରୁଥିଲେ । ବିଶେଷ ସୂତ୍ରରୁ ଖବର ପାଇ ଷଢଙ୍ଗୀ ବନ କର୍ମଚାରୀମାନେ ଚଢ଼ାଉ କରିଛନ୍ତି । ଏହି ଚଢ଼ାଉରେ ୩ ଜଣ ଶିକାରୀଙ୍କୁ ବନ କର୍ମଚାରୀମାନେ କାବୁ କରିଛନ୍ତି । ତାଙ୍କଠାରୁ ୮ କିଲୋଗ୍ରାମ ବାରହା ମାଂସ, ଗୋଟିଏ ବାଇକ୍ ଓ ମାଂସ କଟା ଛୁରୀ ଆଦି ଜବତ କରାଯାଇଛି । ଗିରଫ ଶିକାରୀମାନେ ଗଁନ୍ଦିଆ ଥାନା ଅନ୍ତର୍ଗତ କରମୂଳ ଗ୍ରାମର ଉପେନ୍ଦ୍ର ନାଏକ, ମକୁନ୍ଦପୁରର ସଞ୍ଜୟ ପଣ୍ଡା ଓ କଙ୍କା ଗ୍ରାମର ବିକାଶ ମଲ୍ଲିକ ବୋଲି ଜଣାପଡିଛି । ଗିରଫ ୩ ଜଣଙ୍କୁ ବନ ବିଭାଗ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି ।