୧୦୫ ବର୍ଷୀୟା ଧାବିକା ମାନ କୌରଙ୍କ ପରଲୋକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶ-ବିଦେଶରେ ଚର୍ଚ୍ଚିତ ୧୦୫ ବର୍ଷୀୟା ବିଶିଷ୍ଟ ଆଥଲେଟ୍‌ ମାନ କୌରଙ୍କ ପରଲୋକ। ଶନିବାର ଦ୍ବିପ୍ରହରରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ସେ ଗଲବ୍ଲାଡର କର୍କଟରେ ପୀଡ଼ିତ ଥିଲେ। ମାନ କୌରଙ୍କ ମୃତ୍ୟୁର ଘଣ୍ଟାଏ ପୂର୍ବରୁ ତାଙ୍କ ପୁଅ ଗୁରୁଦେବ ସିଂହ କହିଥିଲେ, ମାନ କୌରଙ୍କ ସ୍ବାସ୍ଥ୍ୟବସ୍ଥା ଧିରେ ଧିରେ ସୁଧୁରୁଛି। ତାଙ୍କ ଶରୀର ଏବଂ ପେଟରେ ଯନ୍ତ୍ରଣା କମିଛି। ସେ ପୂର୍ବରୁ ନିଜ ଗୋଡ଼ ହଲଚଲ କରିପାରୁନଥିଲେ ଏବେ ଆଗ-ପଛ କରିପାରୁଛନ୍ତି ବୋଲି ଗୁରୁଦେବ କହିଥିଲେ। କିନ୍ତୁ ଦ୍ବିପ୍ରହର ୧ଟା ବେଳେ ତାଙ୍କର ନିଧନ ହୋଇଯାଇଛି ।

Leave a comment