ଆଜି ସିବିଏସଇ ଦ୍ୱାଦଶ ରେଜଲ୍ଟ
ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଆଜି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ବା ସିବିଏସଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶିତ ହେବ । ଦିନ ୨ଟାରେ ରେଜଲ୍ଟ ବାହାରିବ । ଛାତ୍ରାଛାତ୍ରୀମାନେ ବୋର୍ଡର ଓ୍ୱେବସାଇଟରେ ନିଜର ଫଳାଫଳ ଦେଖିପାରିବେ ।
ସୂଚନାଯୋଗ୍ୟ, ସିବିଏସଇ ଦ୍ୱାଦଶ ପରୀକ୍ଷାଫଳ ଜୁଲାଇ ୩୦ ତାରିଖ ଦିନ ୨ଟାରେ ଘୋଷଣା ହେବ । ପ୍ରାୟ ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ତେବେ କରୋନା ଆତଙ୍କ ପାଇଁ ପରୀକ୍ଷାକୁ ରବ୍ଦ କରାଯାଇଥିଲା । ଯାହାର ଫଳାଫଳ ଆଜି ପ୍ରକାଶ ପାଇବାକୁ ଯାଉଛି । ପୂର୍ବ ମାର୍କକୁ ଆଧାର କରି ରେଜଲ୍ଟ ପ୍ରକାଶ ପାଇବ ।