ଟୋକିଓ ଅଲିମ୍ପିକ୍ସ : ବକ୍ସିଂ କ୍ୱାର୍ଟରରେ ସତୀଶ କୁମାର

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଭାରତକୁ ଆଉ ଏକ ସଫଳତା । ବକ୍ସିଂ କ୍ବାର୍ଟରରେ ଭାରତର ସତୀଶ କୁମାର । ବକ୍ସିଂ ସୁପର ହେଭି ୯୧ କେଜି ବର୍ଗର କ୍ବାର୍ଟରରେ ପ୍ରବେଶ କରିଛନ୍ତି ଭାରତୀୟ ବକ୍ସର ସତୀଶ କୁମାର । ପ୍ରତିଦ୍ୱନ୍ଦୀ ଜାମାଇକାର ରିକାର୍ଡୋ ବ୍ରାଉନଙ୍କୁ ୪-୧ରେ ପରାସ୍ତ କଲେ ସତୀଶ ।
ଟୋକିଓ ଅଲିମ୍ପିକର ଆଜି ସପ୍ତମ ଦିନ । ଭାରତୀୟ ଖେଳାଳିମାନେ ଆଜିର ଦିନରେ ଅନେକ ସଫଳତା ଆଣିଦେଇଛନ୍ତି । ପ୍ରଥମେ ତୀରଚାଳନା, ହକି ଓ ବ୍ୟାଡ଼ମିଣ୍ଟନ ପରେ ବକ୍ସିଂରେ ମଧ୍ୟ ଭାରତୀୟ ଖେଳାଳି ବିଜୟୀ ହୋଇଛନ୍ତି । ବକ୍ସିଂ କ୍ବାର୍ଟରରେ ଭାରତର ସତୀଶ କୁମାର। ବକ୍ସିଂ ସୁପର ହେଭି ୯୧ କେଜି ବର୍ଗର କ୍ବାର୍ଟରରେ ଭାରତୀୟ ବକ୍ସର ସତୀଶ କୁମାର । ଜାମାଇକାର ରିକାର୍ଡୋ ବ୍ରାଉନଙ୍କୁ ୪-୧ରେ ପରାସ୍ତ କଲେ ସତୀଶ ।
ସେହିପରି ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ଭଲ ଆରମ୍ଭ କରିଛନ୍ତି । ସେ ଡେନମାର୍କର ମିୟା ବ୍ଲିଚଫେଲ୍ଟଙ୍କୁ ୨୧-୧୫ ଓ ୨୧-୧୩ ସେଟରେ ପରାସ୍ତ କରି କ୍ୱାଟର ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି । ପିଭି ୨୦୧୬ ରିଓ ଅଲିମ୍ପିକ୍ସରେ ସିଲଭର ମେଡାଲ ଜିତିଥିଲେ । ସେ ଏପରି ଉପଲବ୍ଧି ପାଇଥିବା ପ୍ରଥମ ଭାରତୀୟ ଖେଳାଳି ହୋଇଥିଲେ । ସେ ଆଉ ଦୁଇଟି ମୁକାବିଲା ଜିତିଲେ ପଦକ ପାଇବା ସୁନିଶ୍ଚିତ ।