ଜୁଲାଇ ୧୯ରୁ ସ୍କୁଲ ଓ କୋଚିଂ ସେଣ୍ଟର ଖୋଲିବାକୁ ଆଦେଶ, ସିନେମା ହଲ୍ ବି ଖୋଲିବ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କମିଲା କରୋନା ମହାମାରୀର ଦ୍ଵିତୀୟ ପ୍ରକୋପ। ଆଶ୍ଵସ୍ତ ହେଲା ପ୍ରଶାସନ ଓ ଜନତ। ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ସହରର ସ୍କୁଲ, ସିନେମା ହଲ୍, ରକ୍ ଗାର୍ଡେନ ଓ ସ୍ପା ସେଣ୍ଟର ଖୋଲିବାକୁ ମଞ୍ଜୁରୀ ମିଳିଛି। ମଙ୍ଗଳବାର ଏମିତି ନିଷ୍ପତ୍ତି ନେଇଛି ଚଣ୍ଡିଗଡ ପ୍ରଶାସନ। ପ୍ରଶାସକ ଭିପି ସିଂହ ବଦନୌର ସହରର ସମସ୍ତ ମ୍ୟୁଜିୟମକୁ ଖୋଲିବାକୁ ମଧ୍ୟ ଆଦେଶ ଦେଇଛନ୍ତି। ସଂପ୍ରତି ପ୍ରଶାସନ ସୁଖନା ଲେକ୍ ଉପରେ କୌଣସି ପ୍ରକାରର ରୋକ୍ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି।
ପଞ୍ଜାବର ରାଜ୍ୟପାଳ ତଥା ଚଣ୍ଡିଗଡ ପ୍ରଶାସକ ଭିପି ସିଂହ ବଦନୌର ମଙ୍ଗଳବାର ଏକ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି। ବୈଠକରେ ପ୍ରଶାସକଙ୍କ ପରାମର୍ଶଦାତା ଧର୍ମପାଲ, ଗୃହ ସଚିବ ଅରୁଣ କୁମାର ଗୁପ୍ତା, ଡିଜିପି ସଞ୍ଜୟ ବେନିଓ୍ଵାଲ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।
ବୈଠକରେ ପ୍ରଶାସକଙ୍କୁ ଅବଗତ କରାଯାଇଥିଲା ଯେ, ସହରରେ କରୋନା କେସ୍ ଏକକ ସଂଖ୍ୟାରେ ପହଞ୍ଚିଛି। ଏବେ ଅନେକ ମାସ ପରେ ବନ୍ଦ ପଡିଥିବା ସିନେମା ହଲ୍, ରକ୍ ଗାର୍ଡେନ, ସ୍ପା ସେଣ୍ଟର ଏବଂ ମ୍ୟୁଜିୟମକୁ ଖୋଲାଯିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି।