ପ୍ରଥମେ ମୁଁ ନେବି ଟିକା’, ଲୋକଙ୍କ ଏମିତି ଭାବନା ଯୋଗୁଁ ଭାଙ୍ଗୁଛି କୋଭିଡ୍ ନିୟମ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପ୍ରଥମେ ମୁଁ ନେବି କାରୋନା ଟିକା ଓ କାରୋନାରୁ ନିଜକୁ ସୁରକ୍ଷିତ ରଖିବି । ଏମିତି ଚିନ୍ତାଧାରା ନେଇ କାରୋନା ଟିକାକରଣ କେନ୍ଦ୍ରରେ ନିୟମକୁ ଜଳାଞ୍ଜଳି ଦେଇ ବିଶୃଙ୍ଖଳା କରୁଛନ୍ତି କେତେକ ଲୋକ । ଏମିତିକି ଝଗଡା ଓ ଗଣ୍ଡଗୋଳ କରିବା ପାଇଁ ମଧ୍ୟ ପଛାଉନାହାନ୍ତି । ତେବେ ଭଦ୍ରକ ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଟିକାକରଣ କେନ୍ଦ୍ରରେ ଅସମ୍ଭାଳ ଭିଡ ଓ କୋଭିଡ୍ ନିୟମକୁ ଫୁ ଭଳି ଦୃଶ୍ୟ ଦେଖିବା ପାଇଁ ମିଳୁଛି ।
ଭଦ୍ରକ ସହରର ବାଘୁରାଇ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ଏଠାରେ ପଞ୍ଜୀକୃତ ଓ ଅଣପଞ୍ଜୀକୃତ ଲୋକଙ୍କୁ ଟିକା ଦିଆଯାଉଛି । ଲୋକେ ସକାଳୁ ଆସି ଲାଇନରେ ଠିଆ ହେଉଛନ୍ତି । କିନ୍ତୁ ଧାଡିରେ ଠିଆ ହେବା ନିୟମକୁ ମାନୁନାହାନ୍ତି କିନ୍ତୁ ସାମାଜିକ ଦୂରତା ନିୟମକୁ ଫୁ କରୁଛନ୍ତି ଓ କହୁଛନ୍ତି ଆମେ ନିୟମ ପାଳନ କରୁଛୁ ।