୧୩.୭ କୋଟିରେ ନିଲାମ ହେଲା ଚର୍ଚ୍ଚିଲଙ୍କ ଚିତ୍ରପଟ
ଓଡ଼ିଶାଫାଷ୍ଟ (ବ୍ୟୁରୋ): ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ୱିନ୍ଷ୍ଟନ ଚର୍ଚ୍ଚିଲଙ୍କ ଦ୍ୱାରା ଅଙ୍କିତ ଏକ ଚିତ୍ରପଟ ୧.୮୫ ନିୟୁତ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୧୩.୭ କୋଟି ଟଙ୍କା)ରେ ନିଲାମ ହୋଇଛି । ଆୟୋଜିତ ଏକ ଉତ୍ସବରେ ଚର୍ଚ୍ଚିଲଙ୍କ ଚିତ୍ରପଟ ନିଲାମ କରାଯାଇଛି । ଚର୍ଚ୍ଚିଲ ୧୯୬୧ ପର୍ଯ୍ୟନ୍ତ ପ୍ରାୟ ଚାରି ଦଶନ୍ଧି ଧରି ନିଜର ଏହି କଳାକୁ ବଜାୟ ରଖିଥିଲେ । ୧୯୬୧ରେ ସେ ନିଜର ଗ୍ରୀକ ବନ୍ଧୁ ଆରିଷ୍ଟଟଲ ଓନାସିସଙ୍କୁ କେତେକ ଚିତ୍ରପଟ ଉପହାର ସ୍ୱରୂପ ଦେଇଥିଲେ ।