ବାପୁଜୀନଗର ଓ ୟୁନିଟ-୪ ଆମିଷ ମାର୍କେଟ୍ ବନ୍ଦ ଅବଧି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନା ସଂକ୍ରମଣକୁ ଆଖି ଆଗରେ ରଖି ବାପୁଜୀନଗର ଏବଂ ୟୁନିଟ୍‌-୪ ଆମିଷ ମାର୍କେଟ ବନ୍ଦ ଅବଧିକୁ ଜୁଲାଇ ୧ ଯାଏ ବଢ଼ାଇ ଦିଆଯାଇଛି । ଏନେଇ ବିଏମ୍‌ସି ପକ୍ଷରୁ ନୋଟିସ ଜାରି କରାଯାଇଛି । ପୂର୍ବରୁ ଜୁନ୍‌ ୨୫ ପର୍ଯ୍ୟନ୍ତ ବନ୍ଦ ଘୋଷଣା ହୋଇଥିଲା ।

ସୂଚନା ଅନୁସାରେ ରଜ ପରେ ରାଜ୍ୟ ସରକାର ଲକ୍‌ ଡାଉନ୍‌ କୋହଳ କରିଥିଲେ । ଫଳରେ ବାପୁଜୀନଗର ଏବଂ ୟୁନିଟ୍‌-୪ ଆମିଷ ବଜାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଲୋକମାନେ ସାମାଜିକ ଦୂରତା ଭୁଲି ଭିଡ଼ ଜମାଇଥିଲେ । ଏପରି କି କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା କରାଯାଉଥିଲା । ବିଏମ୍‌ସି ଏବଂ ପୁଲିସ ଚଢଉ କରି ୨୫ ତାରିଖ ପର୍ଯ୍ୟନ୍ତ ମାର୍କେଟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ସ୍ଥିତି ବିଗିଡୁଥିବାରୁ ପୁଣି ୧ ଜୁଲାଇ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବିଏମ୍‌ସି ।

Leave a comment