କୃଷକଙ୍କ ଆନ୍ଦୋଳନକୁ ୭ ମାସ ପୁରିଲା: ପଞ୍ଜାବ ବୋର୍ଡରରେ ହଜାରେରୁ ଉର୍ଦ୍ଧ୍ୱ କୃଷକ ଏକଜୁଟ ଦେଶ- ବିଦେଶ By ଓଡିଶା ଫାଷ୍ଟ ବ୍ୟୁରୋ Last updated Jun 27, 2021 0 Share ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନକୁ ଆଜି ୭ ମାସ ପୁରିଛି। ଏହି ଅବସରରେ କେନ୍ଦ୍ରଶାସିତ ରାଜ୍ୟ ଚଣ୍ଡୀଗଡ଼ରେ ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିବା ଉଦ୍ଦେଶ୍ୟରେ ହଜାରେରୁ ଉର୍ଦ୍ଧ୍ୱ କୃଷକ ଚଣ୍ଡୀଗଡ଼-ମୋହାଲୀ ବୋର୍ଡରରେ ପହଂଚିଥିଲେ। କିନ୍ତୁ ଏଠାରେ ପୁଲିସ ବ୍ୟାରିକେଡ କରିଥିବାରୁ କୃଷକମାନେ ଏହାକୁ ଭାଙ୍ଗି ରାଜଭବନ ଆଡ଼କୁ ଯାଇଥିଲେ। Related Posts ପଶ୍ଚିମବଙ୍ଗରେ ବଡ଼ ମାର୍ଜିନରେ ଜିତି ସରକାର… Apr 26, 2026 ହର୍ମୁଜରେ ଭାରତୀୟ ଟ୍ୟାଙ୍କର ଉପରେ ଗୁଳିମାଡ଼ Apr 19, 2026 ରାଜଭବନ ଆଡ଼କୁ ଯାଉଥିବା କୃଷକଙ୍କୁ ଦେଖି ପ୍ରଶାସନର ବଡ଼ ଅଧିକାରୀ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଆଉ ଚଣ୍ଡୀଗଡ଼ର ପ୍ରେସ ଲାଇଟ ପଏଣ୍ଟରେ କୃଷକଙ୍କୁ ଜବରଦସ୍ତ ରୋକା ଯାଇଥିଲା। ଘଟଣାସ୍ଥଳରେ ଏସପି କୁଳଦୀପ ସିଂ ଚାହଲ ଓ ଡୀସୀ ମନଦୀପ ସିଂହ ବରାଡ଼ ମଧ୍ୟ ଉପସ୍ଥିତ ଥିଲେ। ଡୀସୀ କୃଷକଙ୍କଠାରୁ ସ୍ମାରକ ପତ୍ର ଗ୍ରହଣ କରିବା ସହ ପ୍ରଶାସକ ବୀ ପୀ ସିଂହ ବଦନୌରଙ୍କ ନିକଟରେ ପହଞ୍ଚାଇବାର ଆଶ୍ୱାସନା ମଧ୍ୟ ଦେଇଥିଲେ। ଡୀସୀଙ୍କ ପ୍ରତିଶ୍ରୁତି ପରେ କୃଷକମାନେ ସେଠାରୁ ଫେରିଯାଇଥିଲେ। NationalOdishaFast 0 Share FacebookTwitterGoogle+ReddItWhatsAppPinterestEmail