କ୍ୟାନ୍ସର ପରି ମାରାତ୍ମକ ରୋଗକୁ ମାତ ଦେଇପାରେ ସୋରିଷ ତେଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):  ଆମଦେଶ ରେ  ଅଧିକାଂଶ ପରିବାର ଖାଦ୍ୟ ପ୍ରସ୍ତୁତିରେ ସୋରିଷ ତେଲ ବ୍ୟବହାର କରିଥାନ୍ତି । କାହିଁ କେଉଁ କାଳରୁ ଏହି ପ୍ରଥା ଚାଲି ଆସୁଛି ଦିଲ୍ଲୀ ଏମ୍ସ, ସେଣ୍ଟ ଜନ ହସ୍ପିଟାଲ ସମେତ ହାବାର୍ଡ ସ୍କୁଲ ଅଫ ମେଡ଼ିସିନ ଦ୍ୱାରା କରାଯାଇଥିବା ଏକ ପରୀକ୍ଷଣରୁ ଏକ ଅଦ୍ଭୁତ ତଥ୍ୟ ସାମ୍ନାକୁ ଆସିଛି । ଖାଦ୍ୟ ପ୍ରସ୍ତୁତିରେ ଯଦି ନିୟମିତ ଭାବରେ ସୋରିଷ ତେଲର ଉପଯୋଗ କରାଯାଏ ତେବେ ହୃଦରୋଗ ହେବାର ଚାନ୍ସ ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥାଏ । ଏହି କାରଣରୁ କିଛି ପ୍ରଖ୍ୟାତ ହୃଦରୋଗ ବିଶେଷଜ୍ଞ ମାନେ କଚି ଘାନି ସୋରିଷ ତେଲ ବ୍ୟବହାର କରିବାକୁ ପରାମର୍ଶ ଦେଇଥାନ୍ତି ।

ତେବେ ଆସନ୍ତୁ ଜାଣିବା ଆମ ଶରୀର ପାଇଁ ସୋରିଷ ତେଲର ଉପକାରିତା ବିଷୟରେ:

– ଆମ ଶରୀରର ପାଚନ କ୍ରିୟା ଠିକ ରୁହେ । ଭୋକ ଲାଗିଥାଏ ।

– ଏହି ତେଲରେ ପ୍ରଚୁର ମାତ୍ରାରେ ଥିୟାମିନ, ଫୋଲେଟ, ଆଦି ପ୍ରଚୁର ପରିମାଣରେ ରହିଥାଏ । ତେଣୁ ଓଜନ ହ୍ରାସରେ ବି ଏହା ଲାଭକାରୀ ।

– ସୋରିଷ ତେଲରେ ମାଲିସ କରିବା ଦ୍ୱାରା ଶରୀରର ଅତିରିକ୍ତ ଚର୍ବି ହ୍ରାସ ପାଇଥାଏ ।

ରକ୍ତ ସଞ୍ଚାଳନ ଭଲ ହୋଇଥାଏ । ତ୍ୱଚାର ଶୁଷ୍କତାକୁ ବି ଦୂର କରିଥାଏ ।

– ସୋରିଷ ତେଲର ବ୍ୟବହାରରେ ଫଙ୍ଗାଲ ଇନଫେକ୍ସନ ମଧ୍ୟ କମ ହୋଇଥାଏ ।

– ଖାଲି ସେତିକି ନୁହେଁ ଦାନ୍ତ ଦରଜ ତଥା ପାଇରିଆ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।

– ଏହି ତେଲରେ ଥିବା ଗ୍ଲୁକୋସିନାମାଇଟ ତତ୍ତ୍ୱ ଆମକୁ କ୍ୟାନ୍ସର ପରି ରୋଗରୁ ସୁରକ୍ଷା ଦେଇଥାଏ ।

– କଚ୍ଛି ଘାନି ସୋରିଷ ତେଲରେ ଆଣ୍ଟିଅକ୍ସିଡେଣ୍ଟ ଭରପୁର ମାତ୍ରାରେ ଥାଏ ।

Leave a comment