ନକଲି ଔଷଧ କାରବାର ମାମାଲାରେ ୩ ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟରେ ନକଲି ଔଷଧ କାରବାର ମାମଲାରେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ୩ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ମଧ୍ୟରେ ଜଣେ କମ୍ପାନୀର ନିର୍ଦ୍ଦେଶକ ଓ ଅନ୍ୟ ୨ଜଣ କମ୍ପାନୀର ମୁଖ୍ୟ ସଦସ୍ୟ ଥିବା ଜଣାପଡ଼ିଛି। ୩ଜଣ ଗିରଫ ହୋଇଥିଲେ ବି କମ୍ପାନୀର ମୁଖ୍ୟ ଶିବ ଜେନା ଏବେସୁଦ୍ଧା ଫେରାର ଅଛନ୍ତି। ଗିରଫ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଆଇନ ଶୃଙ୍ଖଳା ଏଡିଜି ଯଶୋବନ୍ତ ଜେଠୱା ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ମେଡିଲୟଡ଼ ମେଡିକାମେଣ୍ଟ ଔଷଧ କମ୍ପାନୀ ହିମାଚଳର ଏକ ନକଲୀ କମ୍ପାନୀରୁ ଔଷଧ କିଣିଥିଲା। ନକଲି ଫାଭିପିରାଭିର ଆଣି ମେଡିଲୟଡ ବିକ୍ରି କରିବାର ଯୋଜନା କରିଥିଲା।୧୦ଟି ଟାବଲେଟକୁ ୬୫ ଟଙ୍କାରେ କିଣି ୧୨୯୦ରେ ବିକ୍ରି କରାଯାଉଥିବା ଜଣାପଡ଼ିଛି।

Leave a comment